ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସମୀକ୍ଷା ବୌଠକ ଅନୁଷ୍ଠିତ

0
230

ବ୍ରହ୍ମପୁର, ୦୩/୧୦ – ଦକ୍ଷିଣାଚଂଳ ରାଜସ୍ବ କମିଶନର ଙ୍କ ସଭା ଗୃହ ରେ ଜିଲ୍ଲା ସ୍ତରୀୟ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ସମୀକ୍ଷା ବୌଠକ ଅନୁଷ୍ଠିତ ହୋଇଯାଇଛି। ବୌଠକ ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ରେ ଭିନ୍ନକ୍ଷମ ମାନଙ୍କ ଦାୟିତ୍ୱ ନେଇଛନ୍ତି ସରକାର। ସେମାନଙ୍କୁ ସଶକ୍ତି କରି ସମାଜ ର ମୂଖ୍ଯ ସ୍ରୋତ ରେ ସାମିଲ କରିବା ଲାଗି ସବୁ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ହିତାଧିକାରୀ ଙ୍କୁ ଚିହ୍ନଟ, ସାମାଜିକ ସହାୟତା ପ୍ରଦାନ କରିବା, ଜାତୀୟ ପରିବାର କଲ୍ୟାଣ ଯୋଜନା, ବାଣୀଶ୍ରୀ , ପରିବାର ମଙ୍ଗଳ ଯୋଜନା ପ୍ରଦାନ କରିବାକୁ ମନ୍ତ୍ରୀ କହିଥିଲେ। ଏହି ସମୀକ୍ଷା ବୌଠକ ରେ ଜିଲ୍ଲା ର ଉଭୟ ସାସଂଦ ସମେତ ଗୋପାଳପୁର, ବ୍ରହ୍ମପୁର, ଖଲ୍ଲିକୋଟ ବିଧାୟକ/ବିଧାୟିକା, ଗଞ୍ଜାମ ଜିଲ୍ଲାପାଳ, ଭଂଜନଗର, ଛତ୍ରପୁର ଉପଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ପଦାଧିକାରୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here