ଦୁଇ ଦିନିଆ ବ୍ୟାଙ୍କ୍ ଗ୍ରାହକ ମେଳା

0
212

ପାରଳାଖେମୁଣ୍ଡି , ୦୪/୧୦– ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ବ୍ୟାଙ୍କ୍ ଗ୍ରାହକ ମେଳା ଅନୁଷ୍ଠିତ ହେବ ।ଏଥିରେ ସମସ୍ତ ବ୍ୟାଙ୍କ୍ ସାମିଲ ହୋଇ ଗ୍ରାହକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବେ ବୋଲି ଗତ କାଲି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଡିସିସି ଭୁବନେଶ୍ୱର ନାୟକ। ଏହା ସହ ଗଜପତି ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କ୍ ପକ୍ଷରୁ ପ୍ରଦାନ କରାଯାଇଥିବା ଋଣ ହାର ବହୁତ କମ ରହିଛି ତେଣୁ ଅଧିକାରୀ ଅଧିକ ସାହାୟତା ହେବ ବୋଲି ସୂଚନା ଦେଇଛନ୍ତି। ମେଳାରେ ବିଭିନ୍ନ ସ୍ଥାନରୁ ଆସିବାକୁ ଥିବା ଗ୍ରାହକଙ୍କୁ ଉଚିତ ସେବା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟାଙ୍କ୍ କର୍ମଚାରୀ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆନ୍ଦ୍ର ବ୍ୟାଙ୍କ୍ ସାଧାରଣ ପରିଚାଳକ ରମାକାନ୍ତ ପ୍ରଧାନ ଏବଂ ଲିଡ୍ ବ୍ୟାଙ୍କ ମେନେଜର କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here