ଯା’ ଦେବୀ ସର୍ବଭୂତେଷୁ…………. ଗଞ୍ଜାମର ବିଭିନ୍ନ ଶକ୍ତି ପୀଠରେ ଶାରଦୀୟ ପୂଜା

0
586

ବ୍ରହ୍ମପୁର,୦୪/୧୦ :ରାଜ୍ୟର ଅନ୍ୟତମ ଶକ୍ତି ପୀଠର କୁଞ୍ଜ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାରେ ଚଳିତ ପାର୍ବଣ ଋତୁ ବେଶ ସରଗରମ ହୋଇଛି। ଜିଲ୍ଲାର ପ୍ରସିଦ୍ଧ ଶକ୍ତି ଓ ସାଧନାର ପୀଠ ଗୁଡିକ ଦେବୀ ବନ୍ଦନା ଓ ମନ୍ତ୍ର ପାଠରେ ମୁଖରିତ ହୋଇଛି। ସମସ୍ତ ପୀଠରେ ନବରାତ୍ର ପୂଜାର୍ଚ୍ଚନା ଚାଲିଛି। ଦେବୀ ଶକ୍ତି ଓ ତନ୍ତ୍ର ସାଧନା ପାଇଁ ମହିମା ସିଦ୍ଧ ପୀଠ ଗୁଡିକରେ ଦେଶର ବିଭିନ୍ନ ସ୍ଥାନରୁ ପୂଜକ, ସାଧକ ଓ ଉପାସକ ମାନଙ୍କ ସମାଗମ ହୋଇଛି।
ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟ ମା’ ତାରାତାରିଣୀ, ଗୋବିନ୍ଦପୁର ନିକଟ ମା’ ଦକ୍ଷିଣ କାଳୀ, ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ, ପୋଲସରା ନିକଟ ମା’ ସିଂହସିନୀ, କୁଲାଡ଼ର ମା’ ବ୍ୟାଘ୍ର ଦେବୀ, ମନ୍ତ୍ରୀଡି ଗ୍ରାମର ମା’ ସିଦ୍ଧ ଭୈରବୀ , ମହୁରୀ ଗଡ଼ର ମା’ କଳୁଆ ଏପରି ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ଗୁଡିକରେ ନବରାତ୍ର ପୂଜାର୍ଚ୍ଚନା ସମାରୋହ ଚାଲିଛି। ଦେବୀଙ୍କ ମାର୍ଜ୍ଜନା ଠାରୁ ଆରମ୍ଭ କରି ପାରମ୍ପରିକ ବିଧିବିଧାନ ର ପୂଜା , ହୋମ, ଯଜ୍ଞ ଇତ୍ୟାଦି କାର୍ଯ୍ୟକ୍ରମରେ ପୂଜାରୀ,ଭକ୍ତ, ସାଧକ, ଶ୍ରଦ୍ଧାଳୁ ସମସ୍ତେ ନିମଜ୍ଜିତ ହୋଇଛନ୍ତି। ଜିଲ୍ଲାର ସହର ଠାରୁ ଗାଁ ପର୍ଯ୍ୟନ୍ତ ଶାରଦୀୟ ପୂଜାର ଆସର ମେଲିଛି। ଉତ୍ସାହ, ଉଦ୍ଦୀପନାରେ ପ୍ରତ୍ୟେକ ପରିବାର ମା’ ଦୁର୍ଗାଙ୍କ ଆଶୀଷ ଲାଭ ପାଇଁ ନିଷ୍ଠା ପ୍ରକାଶ କରିଛନ୍ତି।
ପ୍ରସିଦ୍ଧ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଭକ୍ତମାନଙ୍କ ଭିଡ଼ ଲାଗିରହିଛି। ପୁରାଣ ସମ୍ମତ କେତେକ ତଥ୍ୟାନୁସାରେ ଏହି ମନ୍ଦିରର ମହିମା ରହିଛି। ଏଠାରେ ଶକ୍ତି ପୂଜା ସହ ତନ୍ତ୍ର ସାଧନା ଦ୍ୱାରା ଅନେକ ସିଦ୍ଧିପ୍ରାପ୍ତ ହୋଇଥିବା ସୂଚନା ରହିଛି।
ମନ୍ତ୍ରୀଡି ସ୍ଥିତ ସିଦ୍ଧ ଭୈରବୀ ପୀଠର ଐତିହ୍ୟ ଓ କିମ୍ବଦନ୍ତୀରୁ ପ୍ରତ୍ୟକ୍ଷ ଦେବୀଙ୍କ ଶକ୍ତିର ପୀଠ ଭାବେ ତାହା ପ୍ରସିଦ୍ଧି ଲାଭ କରିଛି।
ବ୍ରହ୍ମପୁରର ବୁଢ଼ୀ ମା”ସାଆନ୍ତାଣି ଠାକୁରାଣୀ ରାଜ୍ୟ ଓ ବାହାର ରାଜ୍ୟର ଶ୍ରଦ୍ଧାଳୁଙ୍କ ଆରାଧ୍ୟ ଦେବୀ ଭାବେ ସ୍ୱତନ୍ତ୍ର ସ୍ଥାନରେ ସର୍ବଦା ପୂଜା ପାଇଆସୁଛନ୍ତି। ଏହି ପୀଠ ଗୁଡିକରେ ନବରାତ୍ର ପୂଜା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଠାରେ ଉଦ୍ଦୀପନା ଲାଗିରହିଛି। ବିଧି ବିଧାନ ର ପୂଜା ଓ ଶକ୍ତି ପୂଜାର ଉଚ୍ଚ ପରମ୍ପରା ଯୋଗୁଁ ଏହି ପୀଠ ଗୁଡିକର ଗାରିମା

LEAVE A REPLY

Please enter your comment!
Please enter your name here