ନାଟକ ମାଧ୍ଯମ ରେ ସଚେତନା କାର୍ଯ୍ୟକ୍ରମ

0
212
  • ଆଜିର ଏହି ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରରେ ପାଦ ଦେଲାଣି, ତଥାପି ଆମ ସମାଜରେ ଏବେବି ବହୁଜାଗାରୁ ଅନ୍ଧବିଶ୍ୱାସର ଖବର ପ୍ରତ୍ୟେକ ଦିନ ଟିଭି ଖବର କାଗଜରେ ଦେଖିବାକୁ ମିଳୁଛି l ଏବେ ବି ଏହି କୁସଂସ୍କାରକୁ ଭିତ୍ତକରି ଆଜିର ମଣିଷ ଗୁଣିଗାରେଡି ଭଳି କିଛି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେଉଛି l ଦଶହରା ଭଳି ପବିତ୍ର ପର୍ବରେ ଆଜିର ମଣିଷ କେତେକ ସ୍ଥାନରେ ବଳିପ୍ରଥା ଭଳି କୁଛିତ ପ୍ରଥାକୁ ଆପଣାଉଛି l ଏହି ଅନ୍ଧ ବିଶ୍ୱାସ କ୍ଷେତ୍ରରେ ସଚେତନତା ଆଣିବା ପାଇଁ ଆଜି ଡୁରl ସ୍ଥିତ ରାମନାରାୟଣ ସ୍ନାତକ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ତରଫରୁ ବିଭାଗୀୟ ମୁଖ୍ୟ ଉଷାରାଣୀ ବ୍ରହ୍ମାଙ୍କ ତତ୍ୱାବଧାନରେ ଗୋପାଳପୁର ନିକଟସ୍ଥ ହରିପୁର ଗ୍ରାମରେ ପ୍ଲାଷ୍ଟିକମୁକ୍ତ ପରିବେଶକୁ ଆପଣାର କରିବା ସଙ୍ଗେ ସଙ୍ଗେ ବଳିପ୍ରଥା ଓ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସଠାରୁ ମଣିଷକୁ ଦୂରରେ ରଖିବା ଲକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ପଥପ୍ରାନ୍ତ ନାଟକ “ବଳି ଦେବା-ପଶୁ ନୁହେଁ, ହିଂସାକୁ ” ପରିବେଷଣ କରାଯାଇଥିଲା l ନାଟକଟିରେ ରୂପଶ୍ରୀ, ପ୍ରମିଳା,ପ୍ରଣୀତl, ବିକାଶ, ମୁନା, ବବଲୁ, ଅମୀର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ l ଗ୍ରାମବାସୀମାନେ ଏଥିରେ ସହଯୋଗ କରିବା ସଙ୍ଗେ ସଙ୍ଗେ ନାଟକଟିକୁ ଉପଭୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here