ଜନସ୍ୱାସ୍ଥ୍ୟ ବିଭାଗ ର ଅପାରଗତା

0
341

ବ୍ରହ୍ମପୁର,୦୬/୧୦-ଗତ ୫ ଦିନ ହେଲା ଗେଟ୍ ବଜାର ସ୍ଥିତ(କୁଠାରୀ ମନ୍ଦିର ସାମ୍ନା ରେ) ପାଇପ ଲାଇନ୍ ଫାଟି ପାଣି ରାସ୍ତା ରେ ଭାସୁଛି। ପାଣି ଅପଚୟ ହେଉଥିଲେ ମଧ୍ଯ ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ମାନଙ୍କ ନଜର କୁ ଆସୁନାହିଁ।ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ଙ୍କ ଅପାରଗତା ତଥା ଜଳ ଯୋଗାଣ ରେ ସୁପରିଚାଳନା ର ଅଭାବ ଯୋଗୁଁ ସହର ରେ ପ୍ରତ୍ୟେକ ଅଚଂଳ କୁ ନିୟମିତ ଜଳ ଯୋଗାଣ ସମ୍ଭବ ପର ହୋଇପାରୁ ନାହିଁ।ଚୋରା ପାଇପ ସଂଯୋଗ କରିବା ସହ ସରକାରୀ ଟ୍ୟାଙ୍କର କୁ ବ୍ୟବହାର ନ କରି,ବେସରକାରୀ ଟ୍ୟାଙ୍କର ରେ ବଡ ବଡ ହୋଟେଲ,ହୋଷ୍ଟେଲ ,ଆପର୍ଟମେଣ୍ଟ ,ନର୍ସିଂ ହୋମ ଗୁଡିକ ରେ ଦିନ ଦ୍ବିପହର ରେ ପାଣି ବିକ୍ରୀ କରିବା ରେ ବ୍ୟସ୍ତ ଥିବା ଯନ୍ତ୍ରୀ ମାନେ ମରାମତି କାଯ୍ୟ ପାଇଁ ମଧ୍ଯ ମିଥ୍ଯା ରେ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ସରକାରୀ ରାଜସ୍ବ ଲୁଟ କରୁଛନ୍ତି। ଏସବୁ ତଳ ସ୍ତର ର କର୍ମଚାରୀ ଙ୍କ ଠାରୁ ଆରମ୍ଭ କରି ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ପଯ୍ୟନ୍ତ ସଂମ୍ପୂକ୍ତି ଥିବା ଅନୁମାନ କରାଯାଉଛି।ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ” …. କୁକୁର ଲାଙ୍ଗୁଳ କେବେ ସିଧା ହୋଇପାରେନା, ଏଥି ରୁ ପ୍ରମାଣିତ ହେଉଛି।

LEAVE A REPLY

Please enter your comment!
Please enter your name here