ପାରଳାଖେମୁଣ୍ଡି ପୋଲିସ ଦ୍ବାରା ଛ’ ଜୁଆଡି ଗିରଫ

0
349

ପାରଳାଖେମୁଣ୍ଡି , ୭/୧୦– ପାରଳାଖେମୁଣ୍ଡି ପୁଲିସ ଦ୍ବାରା ୬ ଜଣ ଜୁଆଡି ଗିରଫ ହେବାସହ ସେମାନଙ୍କ ଠାରୁ ୧୯ ହଜାର ୩ ଶହ ଟଙ୍କା ସମେତ ୪ଟି ମୋବାଇଲ ଓ ୩ ଟି ମୋଟର ସାଇକେଲ ଜବତ କରିଥିବା ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି। ସଦର ଥାନା ପୁଲିସ ବିଳମ୍ବିତ ରାତ୍ରିରେ ପେଟ୍ରୋଲିଂ କରୁଥିବା ସମୟରେ ଫରେଷ୍ଟ ଗାର୍ଡ ନିକଟରେ କିଛି ଲୋକ ଜୁଆ ଖେଳିବାର ଦେଖିବାକୁ ପାଇଥିଲେ। ତୁରନ୍ତ ସେଠାରେ ଚଢାଉ କରି ୬ ଜଣ ଜୂଆଡିଙ୍କୁ

ଗିରଫ କରିଛି । ସେମାନେ ହେଲେ ଉପକଣ୍ଠସ୍ଥ ଯାଜପୁର ଗ୍ରାମର ଗଣପତି ପ୍ରଧାନ, ଫରେଷ୍ଟ ଗାର୍ଡର ଭି’କାତିକ, ରାମସ୍ଵାମୀପୁରର ଗଙ୍ଗା ପ୍ରଧାନ, ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଭିନ୍ନଳା ଗ୍ରାମର କାମେଶ୍ଵର ବାରିକ୍, ଉତ୍ତରସେଲି ଗ୍ରାମର ଘନଶ୍ୟାମ ଦାସ, ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କାଳଷଣ୍ଡେପୁର ଗ୍ରାମର ପ୍ରଶାନ୍ତ ବେହେରାକୁ ଗିରଫ କରିଛନ୍ତି। ଘଟଣା ସ୍ଥଳରୁ ୧୯ ହଜାର ୩ ଶହ ଟଙ୍କା, ଜୂପିଟର ସ୍କୁଟି ଗାଡି(ନଂ-ଓଡି-୨୪-୪୭୫୨), ପ୍ୟାସନ ଗାଡି(ନଂ-ଏପି୩୦ଡି୯୮୮୩)ଓ ଟିଭିଏସ ଲୁଗା ଗାଡି (ନଂ-ଏପି୩୦କେ୬୬୯୭)ସମେତ ୪ଗୋଟି ମୋବାଇଲ ଫୋନ ଜବତ କରିଛି। ଏନେଇ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ ୧୮୭/୧୯ ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଛି। ଏହି ଚତାଉରେ ଏସ.ଆଇ ମୁକେଶ କୁମାର ବେହେରା ,ଏଏସ ଆଇ ପୀତବାସ ବେହେରା, ଏଲ ଏନ ବେହେରା, ହାବିଲଦାର କେ ଭି ରତ୍ନମ, କନିଷ୍ଟେବଲ ହରେକୃଷ୍ଣ ସାମଲ, ବି. କେ. ଗୈାଡ ସାମିଲ ଥିଲେ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here