ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା

0
362

ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କ୍ରମରେ ଗତକାଲି ଚିକିତ୍ସା କ୍ଷେତ୍ରରେ ୩ ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ଘୋଷଣା କରାଯିବ ପରେ ଆଜି (ମଙ୍ଗଳବାର) ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଚ୍ଚକୋଟୀର ଗବେଷଣା ଓ ଉତ୍କର୍ଷତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରିବାକୁ ନୋବେଲ କମିଟି ନିଷ୍ପତ୍ତି ନେଇଛି। ଆଜି ନୋବେଲ କମିଟି ଘୋଷଣା କରିଥିବା ତିନି ଜଣ ବୈଜ୍ଞାନିକ ହେଉଛନ୍ତି କାନାଡ଼ା-ଆମେରିକୀୟ ପଦାର୍ଥ ବିଜ୍ଞାନୀ ଜେମ୍ସ ପେବଲସ ଏବଂ ସ୍ୱିଜରଲାଣ୍ଡର ବୈଜ୍ଞାନିକ ମାଇକେଲ ମେୟର ଓ ଦିଦିଅର କ୍ଵୱେଲଜ ।ମେଡିସିନ୍‌ କ୍ଷେତ୍ରରେ ୨୦୧୯ ପାଇଁ ୩ ଜଣ ପାଇବେ ନୋବେଲ ପୁରସ୍କାର, ୱିଲିୟମ ଜି. କାଏଲିନ୍‌ ଜୁନିଅର ଓ ସାର୍‌ ପିଟର ଜେ ରାଟକ୍ଲିଫ୍‌ ପାଇବେ, ଗ୍ରେଗ୍‌ ଏଲ୍‌. ସେମେଞ୍ଜା ବି ମିଳିତ ଭାବେ ପାଇବେ ନୋବେଲ, ଅମ୍ଳଜାନ ପରିମାଣ ସହ ଜୀବକୋଷର ଉପଯୋଜନ ପଦ୍ଧତି ଆବିଷ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here