ବିଜୟା ଦଶମୀରେ ପାଇକ ଆଖଡାରେ ଖଣ୍ଡାଧୂଆ ପୂଜା

0
353

ପାରଳାଖେମୁଣ୍ଡି, ୦୮/୧୦– ଗଜପତି ଜିଲ୍ଲାରେ ବିଜୟା ଦଶମୀରେ ପାରଳାଖେମୁଣ୍ଡିରେ ଥିବା ପାଇକ ଆଖଡା ଗୁଡିକରେ ଖଣ୍ଡାଧୂଆ ପୂଜା ଓ ଯୁବକ ମାନେ ଖଣ୍ଡା ବୁଲାଇ ସହ ନିଜର କୈାଶଳ ପ୍ରଦଶନ କରିଥିଲେ।
ଆଜି ମା’ଙ୍କ ବିଜୟା ଦଶମୀ ପୂଜା ଏହି ବିଜୟା ଦଶମୀ ଦିନ ପାରଳାଖେମୁଣ୍ଡିରେ ଥିବା ପାଇକ ଆଖଡା ଗୁଡିକରେ ଖଣ୍ଡାଧୂଆ ପୂଜା ଅନୁଷ୍ଠିତ ହୋଇଥାଏ। ରାଜ ଅମଳରୁ ଥିବା ଏହି ପାଇକ ଆଖଡାର ଖଣ୍ଡା,ଡାଲ,ବାଡି ଗୁଡିକୁ ପୋଖରୀରେ ଧୂଆଯାଇଥାଏ । ଏହା ପରେ ପୂଜା କରିବା ସହ ଆଖଡାର ଯୁବକ ମାନେ ଖଣ୍ଡା ବୁଲାଇ ସହ ସହର ପରିକ୍ରମା କରି ନିଜର କୈାଶଳ ପ୍ରଦଶନ କରିଥାନ୍ତି। ଏହି ପରମ୍ପରା ବହୁ ପୂର୍ବରୁ ଚାଲି ଆସିଛି ବୋଲି ଆଖଡାର ଯୁବକ ମାନେ କହିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here