ରାଳବ ଗ୍ରାମରେ ଦୁର୍ଗାମୂର୍ତ୍ତି ଭସାଣି ଉତ୍ସବ ପାଳିତ।

0
275

ହିଞ୍ଜିଳକାଟୁ ୧୧/୧୦ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମରେ ଜଗତ ଜନନୀ ମା ଦୁର୍ଗାଙ୍କ ମେଲାଣି ଉତ୍ସବ ସାହାଯ୍ୟ ପ୍ରାପ୍ତ ପାଠାଗାର ତରଫରୁ ଆୟୋଜିତ କରାଯାଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଆକର୍ଷଣୟ ଥିଲା ସମସ୍ତ ଛାତ୍ର ମାନେ ନିଜ ନିଜର ମୁହଁରେ ତ୍ରିରଙ୍ଗା ପତାକା ଛବି ଅଙ୍କନ କରିଥିଲେ।ଏଥିରେ ପ୍ରାୟ ଗ୍ରାମର ୧୫୦ ଜଣ ଛାତ୍ର ଯୋଗ ଦେଇଥିଲେ। ସନ୍ଧ୍ୟା ୫ ଟା ସମୟରେ ପାଠାଗାର ଦୁର୍ଗା ମଣ୍ଡପ ଠାରୁ ନଗର ପରିକ୍ରମା ଆରମ୍ଭ ହୋଇ ଥିଲା।ଏଥିରେ ଛାତ୍ର ମାନେ ନୃତ୍ୟ ପରିବେଷଣ କରିଥିଲେ। ପ୍ରତ୍ୟକ ସାହିରେ ନିଜ ନିଜର ଦାଣ୍ଡରେ ଗ୍ରାମ ବାସି ପାଣି କୁମ୍ଭ ସହ ପୂଜା ନଡ଼ିଆ କଦଳୀ ଭୋଗ ବାଢ଼ିଥିଲେ।ବାଦ୍ୟ ପରିବେଷଣ ସହ ବହୁ ଆଡମ୍ବରରେ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା ସାରି ଧୂପଦୀପ ଦେଇ ରାତ୍ର ପ୍ରାୟ ୯.୩୦ ଘଣ୍ଟ ସମୟରେ ରାଳବ ଗ୍ରାମ ସ୍ତିତ ତୋଟା ଶଙ୍ଖ ଠାରେ ବିସର୍ଜନ କାର୍ଯ୍ୟ ସମାପନ ହୋଇଥିଲା।ଶେଷରେ ପାଠାଗାର ରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

LEAVE A REPLY

Please enter your comment!
Please enter your name here