ଆକ୍ରମଣ ଅଭିଯୋଗରେ ବାପା ପୁଅ ଗିରଫ

0
276

 

ଦିଗପହଣ୍ଡି ୧୨/୧୦/୧୯(ନିପ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ଶୁକ୍ରବାର ଦିନ ଜଣେ ମହିଳାଙ୍କୁ ଆକ୍ରମଣ ମାମଲାରେ ଦିଗପହଣ୍ଡି ପୋଲିସ ପଦ୍ମନାଭପୁର ଗ୍ରାମର ସୁରେନ୍ଦ୍ର ସେଠୀ ଓ ତାଙ୍କ ପୁଅ ଜିତୁ ସେଠୀଙ୍କୁ ଗିରଫ କରି ଥାନା ମାମଲା ନଂ ୨୦୦/୧୯ ଦଫା ୨୯୪/୩୨୩/୩୪୧/୪୫୨/୫୦୬/୩୪ ଅନୁଯାୟୀ କୋର୍ଟଚାଲାଣ କରିଛନ୍ତି। କିନ୍ତୁ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ବାପା-ପୁଅକୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଖବରନୁଯାୟୀ , ବୁଧବାର ଦିନ ସକାଳ ପ୍ରାୟ ୯ ଟାରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ବାପ ପୁଅ ଦୁହେଁ ବିଭିନ୍ନ ମାରଣାସ୍ତ୍ର ଧରି ଗ୍ରାମର ଭିକା ସେଠୀଙ୍କ ଘରେ ପଶି କେହି ନଥିବା ବେଳେ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିଲେ। ଏନେଇ ଭିକାଙ୍କ ସ୍ତ୍ରୀ ବାସିନୀ ସେଠୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗକୁ ଭିତ୍ତି କରି ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here