ସ୍ଥାନୀୟ ପୂର୍ବତନ କର୍ପୋରେଟରଙ୍କ ଦ୍ୱାରା ହରିଡାଖଣ୍ଡି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ

0
262

ବ୍ରହ୍ମପୁର,୧୨/୧୦ — ବହୁ ଦିନ ଧରି ପୁନରୁଦ୍ଧାର ନହୋଇ ଅଳିଆ ଆବର୍ଜନା ଭିତରେ ପଡିରହିଥିବା  ହରିଣ ଖଣ୍ଡି ବନ୍ଧ ର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଆଗକୁ କାର୍ତିକ ମାସ ଆସୁଥିବା ବେଳେ ସ୍ଥାନୀୟ ଅଂଚଳ ଓ ବହୁ ଦୂର ଦୁରନ୍ତରୁ ଲୋକେ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି। ଯାହାକୁ ସ୍ଥାନୀୟ ପୂର୍ବତନ କର୍ପୋରେଟର ତଥା ମହାନଗର ବିଜେଡି ସଂପାଦକ ଉଦ୍ଧବ ବିଷୋୟୀଙ୍କ ତତ୍ୱବୋଧନରେ ଏହି ହରିଡଖଣ୍ଡି ପୋଖରୀ ର ପୁନରୁଦ୍ଧାର କରାଯାଇଛି। ପୋଖରୀ ରେ ଭରି ହୋଇ ରହିଥିବା ପଙ୍କ ଓ ଅଳିଆ ଆବର୍ଜନା କୁ ବ୍ରହ୍ମପୁର ମହାନଗର ନିଗମ ର ଗାଡି ସାହାଯ୍ୟ ରେ ବାହାର କରାଯିବା ସହ ପୋଖରୀ ପାଣି କିଭଳି ସ୍ୱଚ୍ଛ ରହିବ ସେ ନେଇ ଉଦ୍ୟମ କରାଯାଇଥିଲା। ପ୍ରତ୍ୟେକ ଦିନ ଏହି ପୋଖରୀ ଉପରେ ଶହ ଶହ ସ୍ଥାନୀୟ ବସିନ୍ଧା ନିର୍ଭର କରୁଥିବା ବେଳେ ପୋଖରୀ ର ପୁନରୁଦ୍ଧାର ହୋଇପାରୁନଥିବା ଯୋଗୁଁ  ପୋଖରୀ ର ପାଣି ଦୂଷିତ ହୋଇପଡିଥିଲା।ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଥିଲା। ବର୍ତ୍ତମାନ କାର୍ତିକ ମାସ ଆରମ୍ଭ ହେବାକୁ ଥିବା ବେଳେ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହୋଇଥିବାରୁ ପୂର୍ବତନ କର୍ପୋରେଟର ଉଦ୍ଧବ ବିଷୋୟୀ ଙ୍କୁ ସ୍ଥାନୀୟ ଅଂଚଳ ବାସୀ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here