ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ।*

0
386

 

*ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି। ହବିଷ୍ୟାଳିମାନେ ଆଜି ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିବା ସହ ମାସେ ଧରି ବ୍ରତ ପାଳନ କରିବେ। ଏହାପରେ ରାଇଦାମୋଦର ପୂଜା କରିବେ ଏବଂ ଶ୍ରୀଜିଉଙ୍କ ଆଶିଷ ନେଇ ମହାପ୍ରସାଦ ସେବନ କରି ଦିନ କଟାଇବେ।*

 

*ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହଣୀ ପାଇଁ ୩ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା ରେଲୱେ ଟୁରିଷ୍ଟ କଂପ୍ଲେକ୍ସ, ନରେନ୍ଦ୍ର କୋଣ ହବିଷ୍ୟାଳୀ ସ୍ଥାୟୀ ଆଶ୍ରୟ ସ୍ଥଳ ଓ ପୁରୀ ପୌରସଂସ୍ଥା କଲ୍ୟାଣମଣ୍ଡପ। ହବିଷ୍ୟାଳୀମାନଙ୍କୁ ଶିବିରରେ ସମସ୍ତ ଆନୁସଙ୍ଗିକ ସୁବିଧା ସହ ମହାପ୍ରସାଦ ସେବନର ମଧ୍ୟ ସୁବିଧା ମିଳିବ। ଏଥିସହ ସେଠାରେ ତୁଳସୀ ଚଉରା,  ପୂଜାସ୍ଥାନ ଓ ଭାଗବତ ପାରାୟଣ ପାଠର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ।*

LEAVE A REPLY

Please enter your comment!
Please enter your name here