ବ୍ରହ୍ମପୁର ସବୁଜ ବାହିନୀର ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ ର ପଞ୍ଚଦଶ ରକ୍ତ ଦାନ ଶିବିର

0
241

 

ବ୍ରହ୍ମପୁର,୧୪/୧୦ — ଆଜି ବ୍ରହ୍ମପୁର ସବୁଜ ବାହିନୀ,ଆଞ୍ଚଳିକ ବିକାଶ ପରିଷଦ,ନେଚର୍ସ ଲଭର ଓଡିଶା , ମାରଓ୍ବାଡି ମହିଳା ସମିତି ଓ ବକ୍ସିଂ ଓଡ଼ିଶାର ମିଳିତ ସହଯୋଗରେ ପଞ୍ଚଦଶ ତମ ରକ୍ତଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ପ୍ରଥମ ଥର ପାଞ୍ଚ ଜଣ ରକ୍ତ ଦାନ କରିଥିବା ବେଳେ ସମୁଦାୟ ବାର ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ସ୍ବେଚ୍ଛାସେବୀ ମନୋଜ ମହାରଣାଙ୍କ ପଚିଶ ତମ ଜନ୍ମ ଦିବସ ଅବସରରେ ସେ ରକ୍ତ ଦାନ କରି ନିଆରା ଢଙ୍ଗରେ ନିଜର ଜନ୍ମ ଦିନ ପାଳନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ନୂତନ ରକ୍ତ ଦାତା ସୃଷ୍ଟି କରିବା ଏବଂ ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ସବୁଜ ବାହିନୀ ର ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନ ର ସହ ସଂଯୋଜକ ସତ୍ୟ ନାରାୟଣ ଦାସ ଓ

ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ରକ୍ତ ଭଣ୍ଡାର ର ଡା.ରଶ୍ମିତା ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର କୋଷାଧ୍ୟକ୍ଷ ଦିପକ ପାତ୍ର, ଉପ ସଭାପତି ଏ.ପ୍ରକାଶ,ବନମାଳୀ ପ୍ରଧାନ,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର,

ଓ ନେଚର୍ସ ଲଭର୍ସ ଓଡିଶା ର ଆବାହକ ଶ୍ରୀନିବାସ ରାଜନ ଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବ କୁ ଦୂରକରିବା ପ୍ରୟାସ ପାଇଁ ରକ୍ତ ଭଣ୍ଡାର ତରଫରୁ ଡା.ପ୍ରଶନ୍ନ ରଥ, ଡା.ରଶ୍ମିତା ପାଣିଗ୍ରାହୀ ଓ ସଶ୍ମିତା ବେହେରା ବ୍ରହ୍ମପୁର ସବୁଜ ବାହିନୀକୁ ମାନପତ୍ର ଓ ଉପଢୈ।କନ ଦେଇ ସମ୍ମାନିତ କରିଥିଲେ ।ପ୍ରକାଶ ଥାଉକି, ସମସ୍ତ ୧୫ ଗୋଟି ଶିବିରରେ ସମୁଦାୟ ୨୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

LEAVE A REPLY

Please enter your comment!
Please enter your name here