ଦିଗପହଣ୍ଡି ତହସିଲ ଏନଫୋର୍ସମେଣ୍ଟ ସ୍କାର୍ଡ ପକ୍ଷରୁ ହାଇସ୍କୁଲ ଉପରେ ଅଚାନକ ଚଢାଉ

0
195

ଦିଗପହଣ୍ଡି ୧୬/୧୦/୧୯ (ନିପ୍ର) :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଏନଫୋର୍ସମେଣ୍ଟ ସ୍କାର୍ଡ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାହ୍ନ ପ୍ରାୟ ୧୦ ଟାରେ ସମୟରେ ବଡ଼ଖେମୁଣ୍ଡି ହାଇସ୍କୁଲ ଉପରେ ଅଚାନକ ଚଢାଉ କରାଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯିବା ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରି ଫେରିଥିବା ଜଣାପଡିଛି। ପ୍ରଥମେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଅଦୈତ୍ୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍ ବିଦ୍ୟାଳୟରେ ଅଚାନକ ପହଞ୍ଚି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଉଦଗତାଙ୍କ ଉପସ୍ଥିତରେ ସେଠାରେ ଛାତ୍ରମାନଙ୍କ ପାଠପଢା, ବିଦ୍ୟାଳୟର ବିଭିନ୍ନ ସମସ୍ଯା, ଶିକ୍ଷକ ପଞ୍ଜିକରଣ ତାଲିକା ଯାଞ୍ଚ କରିଥିବା ସୂଚନା ମିଳିଛି। ଏଥି ସହ ବିଦ୍ୟାଳୟରେ ଥିବା ଲେବ୍ରୋଟେରୀ ଗୃହ ଓ ଛାତ୍ରମାନଙ୍କୁ ସରକାର ତରଫରୁ ମିଳିଥିବା କମ୍ପ୍ୟୁଟର ଗୃହ ପରିଦର୍ଶନ କରିବା ସମୟରେ ସେଠାରେ ତାଲା ଝୁଲୁଥିବା ନେଇ ପ୍ରଧାନଶିକ୍ଷକଙ୍କୁ ତାଗିଦ୍ କରିଥିଲେ । ଏହାପରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ଅଫିସରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପଞ୍ଜିକରଣ ତାଲିକା ତନଖି କରିଥିଲେ । ଶେଷରେ ତହସିଲଦାର ଶ୍ରୀ ସ୍ବାଇଁ ଦଶମଶ୍ରେଣୀ କକ୍ଷରେ ପହଞ୍ଚି ଛାତ୍ରମାନଙ୍କୁ ଇଂରାଜୀ ଟ୍ରାନ୍ସଲେସନ ବିଷୟରେ ଶିକ୍ଷାଦାନ କରି ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠପଢି ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ । ଏହି ଚଢାଉ ସମୟରେ ଦିଗପହଣ୍ଡି ରାଜସ୍ବ ନୀରିକ୍ଷକ ରତ୍ନାକର ସ୍ବାଇଁ , ପଦ୍ମନାଭପୁର ରାଜସ୍ବ ନୀରିକ୍ଷକ ଫକୀରମୋହନ ରାଉତ , ଦେଖାଳି ରାଜସ୍ବ ନୀରିକ୍ଷକ ଭଗବାନ ପାତ୍ର ବଡଡୁମ୍ବୁଳା ରାଜସ୍ବ ନୀରିକ୍ଷକ ଶ୍ରୀକାନ୍ତ ମହାରଣା ଉପସ୍ଥିତ ଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here