ଦୁର୍ଘଟଣା ରେ ମହିଳା ମୃତ୍ୟୁ

0
188

ବ୍ରହ୍ମପୁର,୧୬/୧୦-ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ମହିଳା ପରିବା ବିକାଳିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କନକ ବେହେରା। ତାଙ୍କ ଘର ଚିକରଡା ଗ୍ରାମରେ ବୋଲି ଜଣାପଡିଛି।ଆଜି ସକାଳେ କନକ ରଣ୍ଡା ବଜାରକୁ ଯିବା ପାଇଁ ପରିବା ଧରି ରାସ୍ତା ପାର ହେଉଥିଲେ। ଏହି ସମୟରେ ତାଙ୍କ ଉପରେ ଏକ ଅଜଣା ଟ୍ରକ୍‌ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତା ର ଉଭୟ ପାର୍ଶ୍ୱ ରେ ଯାନବାହାନ ଅଟକି ଯାଇଥିଲା ପରେ ଉପଜିଲ୍ଲାପାଳ ଓ ଏସଡିପିଓ ଙ୍କ ହସ୍ତକ୍ଷେପ କରିବା ପରେ ଯାନବାହାନ ସ୍ବାଭାବିକ ହୋଇଥିଲା

LEAVE A REPLY

Please enter your comment!
Please enter your name here