ରାୟଗଡ଼ା:ରାମନାକୁପୁଲି ଛକ ରେ ମାଓବାଦୀ ବ୍ୟାନର ଓ ପୋଷ୍ଟର

0
208

ରାୟଗଡ଼ା,୧୬/୧୦-ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ବୁଧବାର କିଛି ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ମାଓବାଦୀ ବ୍ୟାନର ଓ ପୋଷ୍ଟରଗୁଡିକ ସରକାରୀ ଫାଶିବାଦୀ ସମାଧାନ ଦମନ ବିରୋଧରେ ଲାଗିଛି। ଅକ୍ଟୋବର ୨୫କୁ ଓଡିଶା ଓ ଛତିଶଗଡ ବନ୍ଦକୁ ସଫଳ କର, ଫାଶିବାଦ ଦମନ ବନ୍ଦ କର, ମାଓବାଦୀ ବିପ୍ଲବୀଙ୍କୁ ମିଛ ଗୁଳି ବିନିମୟରେ ହତ୍ୟା କରିବା ବନ୍ଦ କର, ତ୍ରିଲୋଚନପୁର ପଞ୍ଚାୟତ ଅଫିସରୁ ସିଆରପିଏଫଙ୍କୁ ହଟାଓ, ଲାଞ୍ଜିଗଡରେ ଜନତାଙ୍କୁ ରାତି ଅଧିଆ ଗିରଫ କରିବା ବନ୍ଦ କର, କାଶ୍ମୀରଙ୍କ ଉପରେ ହେଉଥିବା ଜୁଲୁମ ବନ୍ଦ କର ବୋଲି ପୋଷ୍ଟରରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ) ନାମରେ ଏସବୁ ଉଲ୍ଲେଖ ଅଛି।

LEAVE A REPLY

Please enter your comment!
Please enter your name here