ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

0
145

ବ୍ରହ୍ମପୁର, ୧୯/୧୦- ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ବୌଦ୍ଧ ଜିଲ୍ଲା ଟ୍ରେଜେରୀ କାର୍ଯାଳୟ ର ଏକାଉଣ୍ଟଟେଣ୍ଟ ନାରାୟଣ ମଲ୍ଲିକ ୫୦୦୦ ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଜାଲରେ ପଶିଛନ୍ତି। ସୁଚନାଯୋଗ୍ୟଯେ, ଏକାଉଣ୍ଟଟେଣ୍ଟ ମଲ୍ଲିକ,ହରଭଙ୍ଗୀ ବ୍ଲକ୍ ର ଅବସରପ୍ରାପ୍ତ ପ୍ରୋଗ୍ରେସ ଆସିଷ୍ଟାଣ୍ଟ୍ ବ୍ରଜବିହାରୀ ମେହେରଙ୍କ ଛୁଟି ବାବଦରେ ଥିବା ୫,୭୯,୮୧୩ ଟଙ୍କା ର ବକେୟା ବିଲ୍ ମଞ୍ଜୁର ପାଇଁ ୫୦୦୦ ଟଙ୍କା ଦାବୀ କରିଥିଲେ। ଆଜି ସେହି ଲାଂଚ ଟଙ୍କା କାର୍ଯ୍ୟାଳୟ ଗେଟ୍ ସାମ୍ନା ରେ ଗ୍ରହଣ କରି ପେଣ୍ଟ ପକେଟରେ ରଖିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରା ପଡିବା ସହ ଲାଂଚ ଟଙ୍କା ଜବତ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରେ ଏକ ମାମଲା ୨୮/୨୦୧୯ ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଭିଜିଲାନ୍ସ ବିଭାଗ ଦ୍ବାରା ସୁଚନା ମିଳିଛି।

LEAVE A REPLY

Please enter your comment!
Please enter your name here