ସଡକ ସୁରକ୍ଷା କାର୍ଯ୍ୟକ୍ରମ “ରକ୍ଷକ”

0
196

ପାରଳାଖେମୁଣ୍ଡି, ୧୯/୧୦– ପାରଳାଖେମୁଣ୍ଡି ଠାରେ ସରକାରଙ୍କ ନୂତନ ସଡକ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଦୀୟ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ “ରକ୍ଷକ” ପୈାରପରିଷଦ କାର୍ଯ୍ୟଳୟ ଓ ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ବାଦ୍ୟାଳୟର ଓ କଲେଜର ଛାତ୍ରଛାତ୍ରୀମାନେ ,ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ପୈାରପରିଷଦ ଯନ୍ତ୍ରୀ ଓ କର୍ମଚାରୀ ଏବଂ ବିଜୁ ଯୁବ ବାହିନୀର କର୍ମୀ କତା ମାନେ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀ ମାନେ ସଡକ ସୁରକ୍ଷାର ବିଭିନ୍ନ ସଚେତନତା ମୂଳକ ଫ୍ଲା-କଟା ମାନ ଧରି ଓ ଶ୍କୋଗାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ଏବଂ ସଡକ ସୁରକ୍ଷା , ନୂତନ ମୋଟର ଯାନ ଚଳାଚଳ ନୀତିନିୟମ ଉପରେ ଥିବା ସଚେତନତା ପେପର ସବୁ ଲୋକ ମାନଙ୍କୁ ବଣ୍ଟନ କରିଥିଲେ। ସହରର ରାଜନହର ସମ୍ମୁଖରୁ ପଥପ୍ରାନ୍ତି ସଚେତନତା ସଭା କରିଥିଲେ।
ମୁଖ୍ୟତ ଯାନବାହାନ ଚଳାଚଳ କରିବା ବେଳେ ସେମାନଙ୍କ ପାଖରେ କେଉଁ କେଉଁ କାଗଜପତ୍ର ରହିବା ଆବଶ୍ୟକ କହିଥିଲେ। ଅନ୍ୟ ପକ୍ଷରେ ଯାନବାହାନ ଚଳାଚଳ କରିବା ବେଳେ କୈାଣସି ବ୍ୟକ୍ତି ଏହି ମୋଟର ଗାଡିର କାଗଜପତ୍ର ଅବମାନନା କିମ୍ବା ଖିଲାପ କରେ ତେବେ ସେମାନଙ୍କୁ ନୂତନ ମୋଟର ଆଇନ ଅନୁସାରେ କେଉଁ ପରିମାଣରେ କେତେ ପରିମାଣର ଦଣ୍ଡିତ ହେବେ ସେ ସମ୍ପର୍କରେ କହି ଜନ ସଚେତନତା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୈାରପରିଷଦ ନିବାହି ଅଧିକାରୀ ଅଶୋକ କୁମାର ରାଉତ, ଏଡିଏମ ଭି. ଲୋକନାଥ ରାଜୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ପ୍ରମୁଖ୍ୟ ପଥପ୍ରାନ୍ତି ସଭାରେ ଉଦବୋଧନ ଦେଇ ଜନ ସଚେତନତା କରିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here