ମଦ ବନ୍ଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

0
157

ପାରଳାଖେମୁଣ୍ଡି , ୧୯/୧୦– ଗଜପତି ଜିଲ୍ଲା ମୋହନା ବ୍ଲକ୍ ପଢି ଗୋବିନ୍ଦ ପୁର ପଞ୍ଚାୟତରେ ଚାଲିଥିବା ମଦ କାରବାର ସମ୍ପୂର୍ଣ୍ଣ ଭାବେ ବନ୍ଧ କରବା ପାଇଁ ଆଜି ସମସ୍ତ ପଞ୍ଚାୟତ ବାସୀଙ୍କ ସମେତ ସରପଞ୍ଚ , ସମିତି ସଭ୍ୟ, ୱାର୍ଡ଼ ସଭ୍ୟ ମାନେ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲା।ପଞ୍ଚାୟତ ବାସୀ ସେମାନଙ୍କ ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି ଯେ ଗତ ୯ /୧୦/୨୦୧୯ ତାରିଖରେ ଗୋବିନ୍ଦ ପୁର ପଞ୍ଚାୟତ ସ୍ଥିତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗ୍ରାମର ସମସ୍ତ ମହିଳା ମଣ୍ଡଳି ଗ୍ରୁଫ ସମେତ ପଞ୍ଚାୟତର ଅନ୍ୟ ଗ୍ରାମର କିଛି ମହିଳା ମଣ୍ଡଳୀ ଏଥିରେ ଅଂଶଗ୍ରହଣ କରି ମଦ ବନ୍ଦ କରିବା ଉଦେଶରେ ଏକ ବୈଠକ ବସିଥିଲା। ଉକ୍ତ ବୈଠକରେ ବହୁ ଆଲୋଚନା ଓ ସମାଲୋଚନା ପରେ ଶେଷ ନିଷ୍ପତ୍ତି ପ୍ରକାରେ ଅବଗତ ହେଲାଯେ ମହିଳା ମାନଙ୍କ ସହ ଶକ୍ତି କରଣ ପାଇଁ ସରକାର ଯେତେ ପ୍ରଚେଷ୍ଟା କଲେ ମଧ୍ୟ ଆମ ପଞ୍ଚାୟତରେ ମହିଳା ମାନେ କୈାଣସି କ୍ଷେତ୍ରରେ ହେଲେ ମଧ୍ୟ ସ୍ୱାବଲମ୍ବୀ ହୋଇ ପାରିଲୁ ନାହିଁ। କାରଣ ମହିଳା ମାନେ ଯେତେ ଚେଷ୍ଟା କଲେ ମଧ୍ୟ ପୁରୁଷ ଲୋକ ମାନେ ମଦ ପିଇ ବିଭିନ୍ନ ପ୍ରକାରର ଅସାଧୁ କାର୍ଯ୍ୟରେ ଲିପ୍ତ ରହିଥିବା ଯୋଗୁଁ ସେ ସବୁର ପରିଣାମ ଶେଷରେ ମହିଳା ମାନଙ୍କୁ ହିଁ ଭୋଗିବାକୁ ପଡୁଛି। ଏଣୁ ସରକାର ମହିଳା ମାନଙ୍କୁ ଯେତେ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ଆମେ ତାର ସୁଫଳ ଭୋଗ କରିପାରୁନୁ। ଏହି ଦୃଷ୍ଟିରୁ ମଦ ହିଁ ଏ ଅଞ୍ଚଳରେ ଲୋକଙ୍କ ଗରିବ, ଦାରିଦ୍ର୍ୟତା ଆଡକୁ ଠେଲି ଦେବା ସହ ଘରୋଇ ଅଶାନ୍ତି,ହିଂସାର ମୂଳ କାରଣ ବୋଲି ଭାବି ଏହି ଗୋବିନ୍ଦ ପୁର ପଞ୍ଚାୟତରେ ମଦ ଓ ମଦ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରବା ପାଇଁ ଆଜି ବୈଠକରେ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ନେବା ପରେ ସେହି ଦିନ କୁହା ଯାଇଥିଲା ଯେ ଆସନ୍ତା ବୁଧବାର ୧୬/୧୦/୨୦୧୯ ତାରିଖ ଦିନ ପରେ ଆମେ ଗ୍ରାମରେ ଆଉ କୈାଣସି ଲୋକ ମଦ ପିଇଲେ ନାହିଁ କି ମଦ ବିକ୍ରି କରିବେ ନାହିଁ । ଏଣୁ ନିଶା ନିବାରଣ ଅଭିଯାନରେ ଆପଣ ଆମକୁ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ ସହଯୋଗ କରିବେ ବୋଲି କହିବା ସହ ସରକାରଙ୍କ ପକ୍ଷରୁ ଗୋବିନ୍ଦ ପୁରରେ ଖୋଲା ଯାଇଥିବା ଦେଶୀ ମଦ ଦୋକାନକୁ ମଧ୍ୟ ଉଛେଦ କରିବା ପାଇଁ ଦାବି କରିଥିବା କହିଥିଲେ। ଏହି ଦ୍ଵାରସ୍ଥ ବେଳେ ପିଢି ଗୋବିନ୍ଦ ପୁର ପଞ୍ଚାୟତ ସରପଞ୍ଚ ,ସମିତି ସଭ୍ୟ, ୱାର୍ଡ଼ ସଭ୍ୟଙ୍କ ସମେତ ପଞ୍ଚାୟତର ମୁଖ୍ୟିୟା ଲୋକ, ମହିଳା ମଣ୍ଡଳିର ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here