ଆଜି ବି ବଞ୍ଚିଛି ମଣିଷ ପଣିଆ।ବିରଳ ରକ୍ତ ଦାନ କରି ଏହାର ନିଛକ ପ୍ରମାଣ ଦେଇଛନ୍ତି ରାଉରକେଲା ର ଦିଲ୍ଲୀପ ବାରିକ

0
183

ବ୍ରହ୍ମପୁର,୧୯/୧୦- ଆଜି ବି ବଞ୍ଚିଛି ମଣିଷ ପଣିଆ। ଏହାର ନିଛକ ପ୍ରମାଣ ଦେଇଛନ୍ତି ଜଣେ ବିରଳ ରକ୍ତଦାତା। ଜଣେ ଅପରିଚିତ ମହିଳାଙ୍କୁ ବିରଳ ଗ୍ରୁପର ରକ୍ତ ଦାନ କରି ମାନବିକତାର ପରିଚୟ ଦେଇଛନ୍ତି ରାଉରକେଲାର ଜଣେ ରକ୍ତ ଦାତା  । ଦିଲ୍ଲୀପ ବାରିକ ନାମକ ଜଣେ ବ୍ୟକ୍ତି ସୁଦୂର ରାଉରକେଲା ରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ଆସି ଜଣେ ପ୍ରସୂତୀ ମହିଳାଙ୍କୁ ରକ୍ତ ଦାନ କରିଛନ୍ତି  । ପ୍ରସୂତୀ ମହିଳା ଜଣକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ହିମୋଗ୍ଲୋବିନ କମ୍ ହୋଇଥିଲା  । ଏଥିପାଇଁ ତାଙ୍କୁ ରକ୍ତ ନିତାନ୍ତ ଆବଶ୍ୟକ ଥିବା ବେଳେ ତାଙ୍କ ଶରୀରରେ ଥିବା ବ୍ଲଡ ବମ୍ୱେ ଗ୍ରୁପର ବୋଲି ଜଣା ପଡିଥିଲା  । ପରେ ଏହି ଗ୍ରୁପ ବିରଳ ଗ୍ରୁପ୍ ହୋଇଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ଏହି ବ୍ଲଡ୍ ପାଇଁ ଉଦ୍ୟମ କରାଯାଇଥିଲା   । ଏହି ବମ୍ୱେ ବ୍ଲଡ ଗ୍ରୁପ୍ ଥିବା ସଦସ୍ୟ ମାନେ ଏକ ସଂଘ କରିଛନ୍ତି। ଏହି ସଂଘକୁ ଖବର ଦେବା ପରେ ଆଜି ସଂଘ ପକ୍ଷରୁ ସୁଦୂର ରାଉରକେଲା ରୁ ଦିଲ୍ଲିପ ଆସି ବ୍ରହ୍ମପୁରଠାରେ ବ୍ଲଡ ଦେଇଛନ୍ତି  । ତାଙ୍କର ଏହି ମହତ୍ କାମକୁ ଅନେକ ଲୋକେ ତାଙ୍କୁ  ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here