ବିଜୁଯୁବ ବାହୀନିଙ୍କ ଦ୍ଵାରା ସଡକ ସୁରକ୍ଷା କାର୍ଯ୍ୟକ୍ରମ “ରକ୍ଷକ”

0
246

ହିଞିଳିକାଟୁ ୨୦/୧୦ :- ରାଜ୍ୟ ସରକାରଙ୍କ ଦ୍ବାରା “ରକ୍ଷକ” ନୂତନ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏଥି ଦ୍ୱାରା ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ ବିଜୁଯୁବ ବାହୀନିର ସଦସ୍ୟଙ୍କୁ ନେଇ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଥିବା ବେଳେ ରବିବାର ହିଞିଳକାଟୁ ବ୍ଳକର ଗଣ୍ଡଳା ଓ ସାରୁ ପଞ୍ଚାୟତରେ ଜିଲ୍ଲା ପରିଷଦ ଅଜିତ ପାତ୍ର ଓ ଗଣ୍ଡଳା ସରପଞ୍ଚ ଗୌରୀ ସାହୁ ,ସୁଧାଂଶୁ ସାହୁ (କାଳିଆ)ଙ୍କ ନେତୃତ୍ୱରେ ଏହି ସଚେତନତା ଅଭିଯାନ ଶୁଭାରମ୍ଭ ହୋଇଥିଲା। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟରୁ ବିଜୁଯୁବ ବାହୀନିର ସଦସ୍ୟଙ୍କୁ ନେଇ ଏକ ରାଲିରେ ବାହାରି ସଡକ ସୁରକ୍ଷା ସମ୍ପର୍କରେ ନାରାଦେଇ ଗ୍ରାମର ପ୍ରତେକ ସାହି ଗଳିକନ୍ଦି ପରିକ୍ରମା କରିଥିଲେ । ପରେ ମୁଖ୍ୟ ସଡକପଥ ନିକଟରେ ବିଜୁଯୁବ ବହିନୀର ସଦସ୍ୟ ମାନେ ବିଭିନ୍ନ ଗାଡି ଚାଳକମାନଙ୍କୁ ଅଟକାଇ ସଡକ ସୁରକ୍ଷାର ସଚେତନତା କରାଇଥିଲେ । ହେଲମେଟ ପିନ୍ଧିନଥିବା ଚାଳକ ମାନଙ୍କୁ ହେଲିମେଟ ପିନ୍ଧି ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ କାର,ଅଟୋ ,ବସ ଟ୍ରକ ଚାଳକଙ୍କୁ ମଧ୍ୟ ଅଟକାଇ ସିଟ ବେଲ୍ଟ ସବୁବେଳେ ମନେ ରଖି ପିନ୍ଧିବା ପାଇଁ ସଚେତନତା ଜାଗ୍ରତ କରାଇଥିଲେ । ଯାତାୟାତ କରୁଥିବା ଗାଡି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ସହ ସମସ୍ତ କାଗଜପତ୍ର ସାଥିରେ ରଖି ଗାଡ଼ି ଚଳାଇବା ପାଇଁ ଅନୁରୋଧ କରିଥିଲେ । ଏଥିରେ ରାଜେଶ କୁମାର ସାହୁ,ଦିଲୀପ କୁମାର ସେଠୀ, ଜଗନ୍ନାଥ ସାହୁ,ବାବୁ ସ୍ୱାଇଁ, ପିଣ୍ଟୁ ସେଠୀ, ମୋନଜ ସାହୁ,ବାବୁଲା, ପ୍ରତାପ କ୍ରିଷ୍ଣା, ଅଙ୍ଗଦ ସେଠୀ ,ଓ ବ୍ଳକ କୋଡ଼ିନେଟର ଚନ୍ଦ୍ରଶେଖର ପଣ୍ଡାଙ୍କ ସମେତ ବହୁ ଯୁବବାହିନୀ ଏହି ସଚେତନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here