ବୁଦାରୁ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର

0
227

ପାରଳାଖେମୁଣ୍ଡି, ୨୨/୧୦– ରା. ଉଦୟଗିରି ଥାନା ଅନ୍ତର୍ଗତ ପରିସଳ ଗ୍ରାମ ନିକଟ ରାସ୍ତା କଡ ବୁଦାରୁ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର। ମୃତକ ହେଲେ ଏନ୍. ଜାଲାରସିଂର କୁରାମଣୀ ସାହୁଙ୍କ ପୁଅ ବାସୁଦେବ ସାହୁ। ମଙ୍ଗଳବାର ଦିନ ସକାଳୁ ପରିସଳ ଗ୍ରାମର ଲୋକମାନେ ବୁଦାରୁ ବାସୁଦେବଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ। ତାଙ୍କ ମୃତ୍ୟୁ ଦେହ ନିକଟରୁ ଏକ ମୋଟର ସାଇକେଲ ମଧ୍ଯ ମିଳିଛି। ତେବେ କିଛି ଲୋକ ଏହାକୁ ଦୂର୍ଘଟଣା କହୁଥିବା ବେଳେ ଅନେକ ଏହାକୁ ହତ୍ୟା ବୋଲି କହୁଛନ୍ତି। ମୃତ୍ୟୁ ବାସୁଦେବର ବେକର କିଛି ସ୍ଥାନରେ କ୍ଷତ ଚିହ୍ନି ଦେଖିବାକୁ ମିଳିଛି । ରାସ୍ତା ଉପରେ ଦୁର୍ଘଟଣା କୁ ନେଇ କୌଣସି ସୁରାକ ମିଳିନଥିବାରୁ ପୋଲିସ ଏହାକୁ ହତ୍ୟା ବୋଲି ସନ୍ଦେହ କରୁଛି।
ସେପଟେ ଘଟଣା ସ୍ଥଳରେ ଆର. ଉଦୟଗିରି ପୋଲିସ ଓ ଏଡିଏମ ଅଶୋକ କୁମାର ମହାପାତ୍ର , ଆଇଆଇସି ମମତା ନାୟକ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଘଟଣା ସ୍ପଷ୍ଟ ହେବ।
ରିପୋର୍ଟ :ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here