ଲଘୁଚାପ ଜନିତ ବର୍ଷାରେ ପୋଚକା ନାଳ ପୁଣି ଭାସିଲା

0
374

ସାନଖେମୁଣ୍ଡି, (ନିପ୍ର) ୨୪/୧୦/୧୯: ଲଘୁଚାପ ଜନିତ ଲଗାଣ ବର୍ଷା ସାନଖେମୁଣ୍ଡି ଅଞ୍ଚଳରେ ତାର ପ୍ରାର୍ଦୁଭାବ ଜାରି ରଖିଥିବା ବେଳେ ଏହାର ପ୍ରଭାବ ବାରି ହେଉଅଛି l ଦୀର୍ଘ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଉପର ମୁଣ୍ଡର ପ୍ରବାହିତ ଜଳ ଉତ୍ସ ପ୍ରବଳ ମାତ୍ରାରେ ଥିବା ଯୋଗୁଁ ଦିଗପହଣ୍ଡି- ଆସିକା ୩୨୬ ଜାତୀୟ ରାଜପଥ ପଳାସପୂର୍ ନିକଟ ବୁଦ୍ଧେଶ୍ୱର୍ ମନ୍ଦିର ପାର୍ଶ୍ୱରେ ଥିବା ପୋଚକା ନାଳ ଅସ୍ଥାୟୀ ପୋଲ ଧସି ଭାସିଯିବା ସହିତ ଆଜି ସକାଳୁ ଏହି ରାସ୍ତାରେ ଗମନାଗମନ ଠପ ହୋଇଅଛି l ଅନ୍ୟ ଘଟଣା କ୍ରମରେ ସାହାସପୁର ଗ୍ରାମ ପଞ୍ଚାୟତ ନେଇ ପ୍ରବାହିତ ଋଷିକୁଲ୍ୟା କେନାଲରେ ସାହାସପୁର – ତିତିଖଣ୍ଡି ମଧ୍ୟସ୍ଥ କେନାଲ ବ୍ରିଜରେ ପାଣି ନିଷ୍କାସନ ନ ହେଉଥିବା କାରଣରୁ ଏହି ରାସ୍ତାରେ ଯାତାୟାତ ବନ୍ଦ ହେବା ସହିତ ଜମି ରହିଥିବା ବର୍ଷାପାଣି ଯୋଗୁଁ ଏକର ଏକର ଜମି ଜଳମଗ୍ନ ହୋଇଅଛି l ଗୌତମୀ ପଞ୍ଚାୟତ ଦେଇ ପ୍ରବାହିତ ବଢିଆ ନାଳରେ ପାଣି ନିଷ୍କାସିତ ନହେବାରୁ ଉପର ମୁଣ୍ଡ ବର୍ଷାପାଣିରେ
ଏକର ଏକର ଜମି ବୁଡି ରହିଥିବା ଜଣାପଡିଛି l କଙ୍କୋରଡ଼ା ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅପରିଷ୍କାର ପାଣି ଜମି ରହିଥିବା ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବ୍ୟାଘାତ ହୋଇଅଛି l ନିଜ ଆତ୍ମୀୟଙ୍କ ଦ୍ଵାରା ରୋଗୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ପାଣିରେ ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ବୁଲିବା ସହ ବହୁଦିନ ଧରି କଙ୍କୋରଡା ଡାକ୍ତରଖାନାରେ ଏହି ଅବସ୍ଥା ପ୍ରତି ବିଭାଗକୁ ଜଣାଇଲେ ମଧ୍ୟ ପ୍ରତିକାର ପାଇ ପଦକ୍ଷେପ ଗ୍ରହଣ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here