ଗୁମ୍ମା: ପର୍ବତ ଧସେଇ ୨୦ ଘର ଭାଙ୍ଗିଲା, ୧୫୦ ଗାଇ ,ଛେଳି ମୃତ୍ଯୁ

0
176

ଗୁମ୍ମା -୨୪/୧୦ରିଖ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତ ର କୁଲଙ୍ଗ ଗ୍ରାମରେ ଆଜି ଭୋର ସକାଳ ୭ .୧୫ସମୟ ରେ ପାଖ ମୁଖଲିଙ୍ଗ ପର୍ବତ ରୁ ଧସେଇ ହୋଇ ୨୦ଟି ଘର ପୁରା ଭାଙ୍ଗି ଯାଇ ଥିବା ବେଳେ ଆଉ ୨୦ ଟି ଘର ଅଳ୍ପ ନଷ୍ଟ ହୋଇଥିବା ସହ ୧୫୦ରୁ ଉର୍ଦ୍ଧ୍ୱ ଗାଇ, ଛେଳି ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ଟି ଆଉ ଟିକେ ରାତ୍ର ସମୟ ରେ ହୋଇଥିଲେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା । ଘଟଣା ବିଷୟ ରେ ବଡକଳାକୋଟ ସରପଞ୍ଚ ଅଗଷ୍ଟିସ ଗମାଙ୍ଗ ବ୍ଲକ ପ୍ରଶାସନ କୁ ଖବର ଦେବାପରେ ବିଡ଼ିଓ ନଟବର ଗରଡ଼, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପାଧ୍ୟକ୍ଷ ଗିତାଞ୍ଜଳି ରଇତ,ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମା ଘଟଣାସ୍ଥଳ କୁ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝି ସେମାନଙ୍କୁ ପାଖ ଚର୍ଚ୍ଚ ରେ ରଖି ଖାଇବା ବ୍ୟବସ୍ଥା କରାଯାଇଛି।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here