ପୈତୃକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଗଣ୍ଡୋଗଳ ୯ ଜଣ ଗିରଫ

0
225

 

ଦିଗପହଣ୍ଡି, ୨୪/୧୦/୧୯ (ନିପ୍ର) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ. ନୂଆ ଗାଁ ଥାନା ନିକଟସ୍ଥ ଗୋପୀନାଥପୁର ଗ୍ରାମର ଗାଣ୍ଡୁସାହୁଙ୍କ ସାନପୁଅ କୁଞ୍ଜ ସାହୁଙ୍କ ପତ୍ନୀ ରୀନା କୁମାରୀ ସାହୁଙ୍କୁ ଘରେ ପଶି ଆକ୍ରମଣ ମାମଲାରେ କେ. ନୂଆଗାଁ ଥାନା ପୋଲିସ ୯ଜଣଙ୍କୁ ଗିରଫ କରି କୋର୍ଟ ଟାଳାଣ କରିଛି । ଉକ୍ତ ଅଭିଯୁକ୍ତ ମାନେ ହେଲେ ଗାଣ୍ଡୁ ସାହୁଙ୍କ ଅନ୍ୟ ୪ ପୁଅ ରାଜଗୋପାଳ ସାହୁ ,ପ୍ରକାଶ ସାହୁ , ଶ୍ରୀଧର ଓରଫ ବାବୁଲା ସାହୁ, ସଦାଶିବ ସାହୁ , ବୋହୁମାମି ଓରଫ ପ୍ରତିମା ସାହୁ , ଗୀତା ସାହୁ, ଅମୂଲ୍ୟ ସାହୁ, ଲକ୍ଷ୍ମୀ ସାହୁ ପ୍ରମୁଖ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ସୂଚନା ଅନୁସାରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ରକରି ପାରିବାରିକ ବିବାଦରୁ ଗତ ସେପ୍ଟେମ୍ବର ୪ ତାରିଖ ଅପରାହ୍ନ ପ୍ରାୟ ୨ ଟାରେ ଗ୍ରାମରଗାଣ୍ଡୁ ସାହୁ ଓ ତାଙ୍କ ୫ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସାନ ପୁଅ କୁଞ୍ଜଙ୍କ ପତ୍ନୀ ରୀନାଙ୍କୁ ଘରେ ପଶି ତାଙ୍କଦେଢ଼ ସୁର ଓ ବଡ଼ ଯାଆ ମାନେ ମିଶି ସଂଘବଦ୍ଧ ଭାବେ ନିସ୍ତୁକମାଡ଼ ମାରିବା ସହ ଘରୁ ଘୋଷାଡି ନେଇ ଗାଁ ରାସ୍ତାରେ ଟଣାଓଟରା କରିଥିଲେ ।ଏନେଇ ରୀନାଙ୍କ ଏତଲା କ୍ରମେ ଆଇଆଇସି ମାଧବାନନ୍ଦ ନାୟକ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜ୍ଜୁ କରିଥିଲେ । ଅପରପକ୍ଷରେ ଗତ ୧୦ ତାରିଖ ସନ୍ଧ୍ୟାରେ ଗାଣ୍ଡୁ ସାହୁ ତାଙ୍କ ଘରେ ବସିଥିବା ବେଳେ ସାନ ବୋହୁ ରୀନାତାଙ୍କୁ ଠେଲି ଦେବାରୁ ସେ ତଳେ ପଡିଯାଇ ଥିଲେ । ତାଙ୍କ ଚଷମା ଭାଙ୍ଗି ଯିବା ସହ କପାଳରେ କ୍ଷତ ହୋଇଥିଲା । ଏନେଇ ସେ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଥାନା ମାମଲା ନଂ ୧୯୯/୧୯ ଅନୁଯାୟୀ ପୋଲିସ ରୀନାଙ୍କ ବିରୋଧରେ ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ। ସାକ୍ଷ୍ୟ ମାନଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିବାରୁ ପୋଲିସ ତାଙ୍କୁ ମଧ୍ୟ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here