ଆଂଚଳିକ ବିକାଶ ପରିଷଦ ତରଫରୁ ଦିପାବଳୀ ଉପଲକ୍ଷେ ସଚେତନ ପଦଯାତ୍ରା

0
215

ବ୍ରହ୍ମପୁର,୨୫/୧୧– ଆଜି ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଦିପାବଳୀ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା କୁକୁଡ଼ାଖଣ୍ଡି ବ୍ଲକ ଗୁଣ୍ଠବନ୍ଧ ଗ୍ରାମରେ ଅନୁଷ୍ଠିତ ହୋଇଥିଲା।ପ୍ରତିବର୍ଷ ଦିପାବଳୀରେ ବିଭିନ୍ନ ଅତ୍ୟଧିକ ଶବ୍ଦ ଓ ପ୍ରଦୂଷଣକାରୀ ବାଣ ଫୁଟାଇବା ଦ୍ବାରା ପକ୍ଷୀ ଓ ପଶୁ ମାନଙ୍କ ଜିବନ ଅକାଳରେ ଯାଉଛି ।
ସେମାନେ ନ କହି ପାରିଲେ ମଧ୍ୟ ସେମାନଙ୍କ ଜୀବନ ଅଛି , ମନୁଷ୍ୟର ପୃଥିବୀ ରେ ଯେତିକି ଅଧିକାର ଅଛି ସେମାନଙ୍କ ମଧ୍ୟ ତା ଠାରୁ ଅଧିକ ଅଧିକାର ଅଛି ,
ସେମାନଙ୍କ ସୁରକ୍ଷା ମନୁଷ୍ୟ ହାତରେ।
ପ୍ରତିବର୍ଷ ଦିପାବଳୀ ପରଦିନ ବାଣ ଆଘାତରେ ଲକ୍ଷ ଲକ୍ଷ ସଂଖ୍ୟାରେ ମୁକ ପଶୁ ପକ୍ଷୀ ମାନଙ୍କର ଜୀବନ ଅକାଳ ରେ ଯାଉଛି । ପରିବେଶ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି ।ମନୁଷ୍ୟ ଉପରେ ମଧ୍ୟ ତାର କୁପ୍ରଭାବ ପଡୁଛି ।ମନୁଷ୍ୟ ମଧ୍ୟ ବିଭିନ୍ନ ଶ୍ବାସ ସମ୍ବନ୍ଧୀୟ ରୋଗରେ ପିଡୀତ ହେଉଛି।ପରିଷଦର ସଦସ୍ୟ ମାନେ
ଲୋକମାନଙ୍କୁ ସଚେତନ କରିବା ସହ ଅତ୍ୟଧିକ ଶବ୍ଦ ଓ ପ୍ରଦୂଷଣକାରୀ ବାଣ ନ ଫୁଟାଇ ,ଘର ଦୁଆରେ ମାଟି ଘୃତ ଦୀପ ଜାଳି ଦିପାବଳୀ ପାଳନ କରିବାକୁ ଅନୁରୋଧ କରିଥିଲେ । ପ୍ରକାଶ ଥାଉକି ପରିଷଦ ତରଫରୁ ସାରା ଗଞ୍ଜାମ ଜିଲ୍ଲାର ବାଇଶି ଗୋଟି ବ୍ଲକ ରେ ଘର ଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ଚାଲିଛି ତତ୍ ସହିତ ବିଭିନ୍ନ ବନ୍ୟ ପଶୁପକ୍ଷୀ ମାନଙ୍କ ସୁରକ୍ଷା ଉପରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ସାଗର କୁମାର ପାତ୍ର,ସମ୍ପାଦକ ବିଜେନ୍ଦ୍ର ମାଝୀ,ରାକେଶ ବିଷୋୟୀ,ସିଲୁ ମହାନ୍ତି, ଲୋକନାଥ ଦଳାଇ,କାହ୍ନୁ ଚରଣ ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here