ଷ୍ଟୁଡେଣ୍ଟସ ଫର ସୋସାଇଟି ତରଫରୁ ସଫେଇ କାର୍ଯ୍ୟକ୍ରମ

0
189

ହିଞ୍ଜିଳିକାଟୁ-୨୯/୧୦– ହିଞ୍ଜିଳିକାଟୁ ଅଞ୍ଚଳର ବିଭିନ୍ନ ଶୈବ ପୀଠ ମାନଙ୍କରେ କାର୍ତ୍ତିକ ମାସ ସୋମବାର ରେ ଭକ୍ତ ମାନଙ୍କ ଭିଡ଼ ଜମୁଥିବା ବେଳେ , କାର୍ତ୍ତିକ ମାସ ସୋମବାରରେ ବ୍ରତଧାରି ମାନେ ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ରୋଷେଇ କରି ପ୍ରସାଦସେବନ କରିଥାନ୍ତି ଏବଂ ରୋଷେଇ ସରିଲା ପରେ ଆବର୍ଜନା ଗୁଡିକ ଏଣେ ତେଣେ ଫୋପାଡ଼ି ଦେଇଥାନ୍ତିl ଏହା ଦ୍ଵାରା ମନ୍ଦିର ପରିବେଶ ଅପରିଷ୍କାର ହେବାସହ ସେଥିରୁ ଦୁର୍ଗନ୍ଧ ବାହାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି l କାର୍ତ୍ତିକ ମାସ ହୋଇଥିବାରୁ ପ୍ରତିଦିନ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ l ତେଣୁ ମନ୍ଦିର ପରିବେଶକୁ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ହିଞ୍ଜିଳିକାଟୁ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ଷ୍ଟୁଡେଣ୍ଟସ ଫର ସୋସାଇଟି (sfs)ପକ୍ଷରୁ ସଭାପତି ସଂସ୍କାର ପଟ୍ଟନାୟକଙ୍କ ନେତୃତ୍ୱରେ ସହରର ପ୍ରତ୍ୟେକ ଶିବ ମନ୍ଦିର ଗୁଡିକୁ ସଫା ରଖିବା ପାଇଁ ସ୍ୱଛତା କାର୍ଯକ୍ରମ ଆୟୋଜନ କରାଯାଉଛି। ମଙ୍ଗଳବାର ଅନୁଷ୍ଠାନର କର୍ମକର୍ତ୍ତା ମାନେ ସ୍ଥାନୀୟ ନୂଆଗଡ ଶିବ ମନ୍ଦିର ଠାରେ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ ଷ୍ଟୁଡେଣ୍ଟସ ଫର ସୋସାଇଟିର ରବୀନ୍ଦ୍ର ପାଢ଼ୀ, ସୁନୀଲ ସାହୁ, ମହେନ୍ଦ୍ର ଦାସ, ଶୁଭ୍ରଜିତ ପଣ୍ଡା ପ୍ରମୂଖ ଅନେକ ଛାତ୍ର ଓ ଯୁବକ ଅଂଶଗ୍ରହଣ କରିଥିଲେ ଓ ମନ୍ଦିର ପରିବେଶକୁ ସ୍ଵଛ ଓ ସୁନ୍ଦର ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ l
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here