ସାପ କାମୁଡ଼ା ରେ ମହିଳା ମୃତ୍ୟୁ

0
194

ପୋଲସରା, ୩୦/୧୦-ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମର ନର୍ମଦା ପ୍ରଧାନ ବୟସ (୪୦) ସାପ କାମୁଡ଼ା ରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ ନର୍ମଦା ପ୍ରଧାନ ଗ୍ରାମରେ ଥିବା ବିଲ କୁ ଯାଇ ବାଳୁଙ୍ଗା ଧାନ ବାଝୁଥିବା ବେଳେ ସର୍ପ ଆସି ନର୍ମଦା ଙ୍କ ଗୋଡ଼ରେ କାମୁଡି ଦେଇଥିବା ବେଳେ ନର୍ମଦା ବିଲ ରେ ପଡିଯାଇଥିଲେ।ପାଖରେ ଥିବା ପଡୋଶୀ ବିଲରେ କାମ କରୁଥିବା ଚାଷୀ ମାନଙ୍କ ସହ ପରିବାର ଲୋକେ ଆସି ପୋଲସରା ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏହିଭଳି ଘଟଣା କୁ ନେଇ ପୋଲସରା ପୋଲିସ ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଶ ନଂ – ୧୩/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here