ଯୁବତୀ ମାନଙ୍କୁ ଆତ୍ମସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହେଲା “ମିଶନ ସୁରକ୍ଷା”

0
188

 

ପାରଳାଖେମୁଣ୍ଡି ୩୧/୧୦– ମହିଳା ଓ ଯୁବତୀ ମାନଙ୍କୁ ଦକ୍ଷତାର ସହ ଆତ୍ମ ରକ୍ଷା ଦିଗରେ ସଶକ୍ତି କରାଇବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ଆରମ୍ଭ ହୋଇଛି “ମିଶନ ସୁରକ୍ଷା”
ଏହି ଅବସରରେ ଆଜି ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଉଦଘାଟନ ହେଇଥିଲା ଆତ୍ମରକ୍ଷା ତାଲିମ ଓ ସଚେତନତା କାର୍ଯ୍ୟକ୍ରମ । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସଂଯୋଜନାରେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଯୁବତୀଙ୍କ ସୁରକ୍ଷିତ ଯିବା ଆସିବା ଓ ଆତ୍ମସୁରକ୍ଷାର ବିଭିନ୍ନ ଦିଗ ଉପରେ କହିଥିଲେ। ମୁଖ୍ୟତଃ ଆଜିର ସମାଜରେ ମହିଳା ଓ ଯୁବତୀ ମାନେ ରାସ୍ତାରେ କିଭଳି ସୁରକ୍ଷିତ ଭାବେ ଯିବା ଆସିବା କରିପାରିବେ ସ୍କୁଲ, ଟିଉସନ,କାର୍ଯ୍ୟକ୍ଷେତ୍ରରୁ କିପରି ଘରକୁ ସୁରକ୍ଷିତ ଭାବେ ଫେରି ଆସିପାରିବେ ,ରାସ୍ତାରେ ରୋମିୟ ମାନଙ୍କ ସହ କଡା ମୁକାବିଲା କରିବା ବେଳେ ଯେଭଳି କୈାଣସି ଭୟ ରହିବ ନାହିଁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ସେମାନଙ୍କୁ ଆମ୍ ରକ୍ଷା କୈାଶଳ ତାଲିମ ଦେବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ଏହି “ମାନ ସୁରକ୍ଷା”
ଏହି ଭଳି ଆମ୍ ସୁରକ୍ଷା ତାଲିମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଥିବା ଝିଅ ପିଲାମାନଙ୍କୁ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯିବାର ପ୍ରୟାସ ଜାରି ରହିଛି ବୋଲି ଏସପି ସାରା ଶର୍ମା କହିଛନ୍ତି।
ଏଭଳି ଆମ୍ ସୁରକ୍ଷା ନେବା ଦ୍ୱାରା ସ୍କୁଲ ଓ କଲେଜର ଝିଅ ପିଲାମାନଙ୍କ ମନରେ ସମ୍ପୂର୍ଣ୍ଣ ଭାବେ ମନରେ ଆମ୍ ବିଶ୍ୱାସ ରହି ଧୈର୍ଯ୍ୟ ବଢିବ ଏବଂ ପରିସ୍ଥିତି ମୁକାବିଲାର ଆବଶ୍ୟକ ସ୍ଥଳେ ସେମାନେ ଧୈର୍ଯ୍ୟହରା ନହୋଇ ସାହାସର ସହ ନିଜ ନିଜର ଆତ୍ମସୁରକ୍ଷା ପାଇଁ ଲଢ଼େଇ କରି ପାରିବେ। ଯାହା ଫଳରେ ସେମାନେ ନିଜ ନିଜର ଆତ୍ମସୁରକ୍ଷା ଦିଗରେ ସମାଜରେ ଏକ ନିଶ୍ଚିତ ଉଦାହରଣ ସୃଷ୍ଟି କରିପାରିବେ ବୋଲି ଏସିପି ସାରା ଶର୍ମା କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତ ୨ ବର୍ଷ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ : ମନୋରମା ଦେବୀ , ଯୁକ୍ତ ୩ ବର୍ଷ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟାପକା ଡଃ : ରୀନା ସାହୁ, ଗଜପତି ଡିଏଫଓ ବିବେକ କୁମାର ତ୍ୟାଗି ଏବଂ ଅତିରିକ୍ତ ଏସପି ସୀତାରାମ ଶତପଥୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସୁରକ୍ଷିତ ପାଇଁ ଆତ୍ମସୁରକ୍ଷା କୈାଶଳ ତାଲିମ ଆବଶ୍ୟକ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ସମସ୍ତ ଛାତ୍ରୀ ଓ ଅଧ୍ୟାପିକା, କର୍ମଚାରୀ, ପୋଲିସ ଅଧିକାରୀ, ସି-ଟିମ ଉପସ୍ଥିତ ରହିଥିଲେ।
ଶେଷରେ ଭୁବେନଶ୍ବର ଖଣ୍ଡଗିରି ସ୍ଥିତ ‘ଗୁରୁ ଦେବ ମାର୍ଶାଲ ଆର୍ଟ ଏକାଡେମୀର’ ଆତ୍ମରକ୍ଷା କୈାଶଳ ତାଲିମର ପରୀକ୍ଷକ ତଥା ମାଷ୍ଟର ଇଂ. ସୈାମ୍ୟ ବ୍ରତ ସାହୁ ଯୋଗଦେଇ ଛାତ୍ର ମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୈାଶଳ ଉପରେ ତାଲିମ ପ୍ରଦର୍ଶନ କରିଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here