ଜାତୀୟ ଏକତା ଦିବସ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ।

0
202

ହିଞିଳିକାଟୁ: ୩୧/୧୦/୧୯ –ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରେ ଗୁରୁବାର ଶିକ୍ଷକ ଅଭିଭାବକ ସମ୍ମିଳନୀ ଓ ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ କରାଯାଇଛି ।ଆୟୋଜିତ ସମ୍ମିଳନୀରେ ବହୁ ଅଭିଭାବକ ମାନେ ଯୋଗ ଦେଇଥିଲେ ।ସମସ୍ତ ଅଭିଭାବକ ମାନେ ବିଦ୍ୟାଳୟର ଉନ୍ନତି ପାଇଁ ନିଜର ମତାମତ ରଖିଥିଲେ ।ମୋ ସ୍କୁଲ ଅଭିଯାନ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ମତ ଦେଇଥିଲେ । ଅକ୍ଟୋବର ୩୧ ତାରିଖକୁ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ଙ୍କର ଜନ୍ମ ଦିବସକୁ ଜାତୀୟ ଏକତା ଦିବସ ଭାବରେ ପାଳନ କରାଯାଇଛି ।ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସମେତ ବଲ୍ଲଭଭାଇ ପଟେଲଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ସ୍ୱାଧୀନ ଭାରତ ଗଠନରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ ।ପରେ ସମସ୍ତ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଜାତୀୟ ଏକତା ଦିବସର ବାର୍ତ୍ତା ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଦର୍ଶନୀ ସାହୁ,ମଙ୍ଗରାଜ ମଲ୍ଲିକ, ସରଶୀ ଦାସଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।


ରିପୋର୍ଟ: ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here