ନାଗ ଚତୁର୍ଥୀ ରେ ଉଈହୁଙ୍କା ଠାରେ ମହିଳାଙ୍କ ଭିଡ

0
180

ହିଞିଳିକାଟୁ: ୩୧/୧୦ – ଆଜି ପବିତ୍ର ନାଗ ଚତୁର୍ଥୀ ପୂଜା । ଏହି ଦିନକୁ ସର୍ପ ପୂଜା ପାଳନ କରାଯାଏ । ହିଞିଳିକାଟୁ ପୌର ପରିଷଦ ସମେତ ଆଖପାଖ ଅଞ୍ଚଳରେ ଗୁରୁବାର ନାଗ ଚତୁର୍ଥୀ ଲାଗି ସକାଳୁ ସକାଳୁ ବହୁ ମହିଳା ପୂଜାର୍ଚ୍ଚନା ପାଇଁ ଭିଡ ଜମିଥିଲା । ବିଭିନ୍ନ ମନ୍ଦିର ପରିସର ଓ ବିଭିନ୍ନ ସ୍ଥାନରେ ଥିବା ଊଇ ହୁଙ୍କା ନିକଟରେ ।ସେଠାରେ କ୍ଷୀର ,ନଡିଆ କଦଳୀ ଆଦି ପୂଜା ସାମଗ୍ରୀ ସହ ଧୂପ ଦୀପ ଦାନ ପୂର୍ବକ ପୂଜା କରିଥିଲେ ।ଏହି ପୂଜା ଲୋକଙ୍କ ବିଶ୍ୱାସ ଅଛି ଯେ କାର୍ତ୍ତିକ ମାସର ଚତୁର୍ଥୀରେ ନାଗ ନାଗୁଣୀଙ୍କୁ କ୍ଷୀର ଓ ତମ୍ବାରେ ତିଆରି ନାଗ ନାଗୁଣୀ ସମର୍ପଣ କଲେ କାଳସର୍ପ ଭୟରୁ ମୁକ୍ତି ମିଳିଥାଏ ।ଏହା ସହ ପୂଜା ପାଉଥିବା ଊଇହୁଙ୍କାର ମାଟି କାନରେ ଲଗାଇବା ଫଳରେ ବିଭିନ୍ନ କାନ ରୋଗ ଭୋଲ ହୁଏ ବୋଲି ଭକ୍ତଙ୍କ ବିଶ୍ଵାସ । ଆଖପାଖ ଅଞ୍ଚଳରେ ଆଜି ଏହି ପୂଜା ନିମନ୍ତେ ହାତରେ ଥାଳି ଧରି ଶହ ଶହ ମହିଳା ଓ ପୁରୁଷ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି ।
ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here