ଗଜପତି:ସଡକ ସୁରକ୍ଷା କମିଟି ବୈଠକ

0
377

 

ପାରଳାଖେମୁଣ୍ଡି, ୦୧/୧୧– ଗଜପତି ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଏସପି ସୀତାରାମ ଶତପଥୀ, ଉପଜିଲ୍ଲାପାଳ ଭାରପ୍ରାପ୍ତ ପରିବହନ ଅଧିକାରୀ ରଜନୀ କାନ୍ତ ସ୍ଵାଇଁ, ମଟରଯାନ ନିରୀକ୍ଷକ ବସନ୍ତ ମହାପାତ୍ରଙ୍କ ସମେତ ସମସ୍ତ ଥାନା ଅଧିକାରୀ ଏବଂ ବିଭିନ୍ନ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ଦୁର୍ଘଟଣା ରୋକିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ସେନେଇ ଆଲୋଚନା କରାଯାଇଥିଲା। ଗାଡି ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଅନୁପମ ଶାହା ନିର୍ଦ୍ଦେଶ ଦେଇଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here