ତିନି ଅନାଥ ଶିଶୁଙ୍କୁ ଆପଣାଇଲେ ଜିଲ୍ଲା ପ୍ରଶାସନ

0
204

ପାରଳାଖେମୁଣ୍ଡି , ୦୧/୧୧- ତିନି ଭାଇଭଉଣୀଙ୍କୁ ପୋଷ୍ୟ ଗ୍ରହଣ କରିଛି ଗଜପତି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଘୋଷଣାର ୨୪ ଘଣ୍ଟା ମଧ୍ୟରେ ପ୍ରତିଶୃତି ପାଳନ କଲା ଜିଲ୍ଲା ପ୍ରଶାସନ।ଘଟଣାରରୁ ପ୍ରକାଶଯେ ଗତ କିଛି ଦିନ ତଳେ ଯେଉଁ ଲଗାଣ ବର୍ଷା ଗଜପତି ଜିଲ୍ଲାରେ ହୋଇଥିଲା ସେହି ବର୍ଷା ପ୍ରଭାବରେ ରାୟଗଡ ବ୍ଲକ୍ ର ଅନ୍ଦାରିଗୁମ୍ମା ଗ୍ରାମର ସୁରେନ୍ଦ୍ର ଶବର ନାମ ବ୍ୟକ୍ତି କିଛି ଜମି ଭାଗଚାଷ କରୁଥିବା ଯୋଗୁଁ ଗତ କିଛି ମାସ ହେଲା ସେଠାରେ ରହୁଥିଲେ। ଶନିବାର ଦିନ ସନ୍ଧ୍ୟାରେ ସେ ବିଲକୁ ଯାଇ ଆଉ ଫେରି ନଥିଲେ। ବୁଧବାର ଦିନ ସକାଳୁ ଏସ.କରଡାସିଂର ଗାଁ ନାଳ ନିକଟରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ସୁରେନ୍ଦ୍ରଙ୍କ ପତ୍ନୀ ଡେମି ଶବରଙ୍କୁ ଗତ ୪ ବର୍ଷ ତଳେ ମୃତ୍ୟୁ ହୋଇଥିଲା। ତାଙ୍କର ଦୁଇ ଜଣ ନାବାଳିକା ଝିଅ ଏବଂ ଜଣେ ନାବାଳକ ପୁଅ ରହିଛନ୍ତି। ତେବେ ସୀତା ଶବର, ସୁଭଦ୍ରା ଶବର ଏବଂ ଜଗନ୍ନାଥ ଶବର ଏହି ୩ ଜଣ ଶିଶୁଙ୍କୁ ଆପଣାଇଛି ଜିଲ୍ଲା ପ୍ରଶାସନ। ସୀତା ଶବର ଓ ସୁଭଦ୍ରା ଶବରଙ୍କୁ ନବଜୀବନ ଶିଶୁ ଯତ୍ନ ଗୃହରେ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ଜଗନ୍ନାଥ ଶବରଙ୍କୁ କାଶିନଗର ବ୍ଲକ୍ ଅଲଡା ଆଦର୍ଶ ବିଦ୍ୟାଳୟରେ ରହିବା ଓ ପରିବା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ । ପ୍ରଶାସନର ଏଭଳି ତ୍ଵରିତ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here