ଆଜିଠାରୁ ବୋର୍ଡ ୱେବସାଇଟ୍‌ରେ ମିଳିବ ଏନ୍‌ଆର‌୍‌ଟିଏସ୍‌ ପ୍ରବେଶିକା ପତ୍ର

0
257

 

କଟକ, ୦୧/୧୧-ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନ୍‌ଆର‌୍‌ଟିଏସ୍‌) ପ୍ରବେଶିକା ପତ୍ର ଆଜି ଠାରୁ (ନଭେମ୍ବର ୧ ତାରିଖ) ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ବୋର୍ଡର ନିଜସ୍ବ ୱେବସାଇଟ୍‌ www.bseodisha.ac.in ରୁ ପରୀକ୍ଷାର୍ଥୀମାନେ ପ୍ରବେଶିକା ପତ୍ର ଡାଉନଲୋଡ କରିପାରିବେ। ଶିକ୍ଷାନୁଷ୍ଠାନମାନଙ୍କର ମୁଖ୍ୟମାନେ ତାଙ୍କ ଅନୁଷ୍ଠାନର ୟୁଜର ଆଇଡି ଓ ପାସ୍‌ଓ୍ବାଡ ଜରିଆରେ ଛାତ୍ରଛାତ୍ରୀ ଙ୍କ ପ୍ରବେଶିକା ପତ୍ର ଡାଉନଲୋଡ କରି ବାଣ୍ଟିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଆସନ୍ତା ୧୬ ତାରିଖରେ ଦିନ ୧୦ଟାରୁ ୧୨ଟା ମଧ୍ୟରେ ରାଜ୍ୟର ୧୬୯ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଏନ୍‌ଆର‌୍‌ଟିଏସ୍‌ ପରୀକ୍ଷା ପାଇଁ ସେପ୍ଟେମ୍ବର ୧୬ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ କୁହାଯାଇଥିଲା। ପରେ ଆବେଦନ ଅବଧି ଅକ୍ଟୋବର ୧୧ ତାରିଖକୁ ବଢାଯାଇଥିଲା। ଏଥର ୩୦୯୪୬ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here