ଅନ୍ତଃ-ରାଜ୍ୟ ରବି ରାଉଳ ସ୍କୃତି ଓପନ ବେଡମିଣ୍ଟନ ଟୁଣ୍ଣାମେଣ୍ଟ

0
177

ପାରଳାଖେମୁଣ୍ଡି, ୦୨/୧୧– ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିୟମ ଠାରେ ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ଅନ୍ତଃ-ରାଜ୍ୟ ରବି ରାଉଳ ସ୍କୃତି ଓପନ ବେଡମିଣ୍ଟନ ଟୁଣ୍ଣାମେଣ୍ଟ ଗୁରୁବାର ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ମିଳିତ ଭାବରେ ଏହି ବେଡମିଣ୍ଟନ ଟୁଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଉପାନ୍ତ ଅଞ୍ଚଳରେ ଏଭଳି ଅନ୍ତରାଜ୍ୟ ଟୁଣ୍ଣାମେଣ୍ଟ ଆୟୋଜିତ କରିଥିବା ଯୋଗୁଁ ଜିଲ୍ଲାପାଳ ଅନୁପମ ଶାହା ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ପୌରପରିଷଦ ନିର୍ବାହି ଅଧିକାରୀ ଅଶୋକ କୁମାର ରାଉତ, ସାଉଥକୋ ନିର୍ବାହୀ ଯନ୍ତ୍ରୀ ପଟ୍ଟନାୟକ ପ୍ରମୁଖ୍ୟ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ମୁଖ୍ୟ ଆୟୋଜକ ତଥା ସ୍ୱଗତ ରବି ରାଉଳଙ୍କ ପିତା ପ୍ରତାପ ରାଉଳଙ୍କ ଉପ-ଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଏହି ଟୁଣ୍ଣାମେଣ୍ଟରେ ଓଡିଶା ଓ ଆନ୍ଧ୍ର ପ୍ରଦେଶର ପ୍ରାୟ ୮୦ ଟି ଦଳ ଅଂଶଗ୍ରହଣ କରିଛନ୍ତି ଏବଂ ଏହା ଆସନ୍ତା ୩ ଦିନ ଧରି ଚାଲିବ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here