ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଙ୍ଖା ଅଚଳ

0
178

ହିଞିଳିକାଟୁ :-୩/୧୧ ଗଞ୍ଜାମ ଜିଲ୍ଲା ଦୁତୀୟ ବୃହତ୍ତମ ସହର ହିଞିଳିକାଟୁ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡ ରୂପେ ପରିଚିତ ସହର ।ପ୍ରଶାସନ ତରଫରୁ ଦିନକୁ ଦିନ ନୂତନ ଯୋଜନା କ୍ରମେ ସହରର ଉନ୍ନତି କରଣ ଦେଖାଦେଉଥିବା ବେଳେ ।ପୋୖର ପରିଷଦରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଯାହା ଏବେ ଗୋଷ୍ଠୀ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରୂପେ ଦେଖିବାକୁ ମିଳିଛି ।ଏଠାରେ ସ୍ୱାସ୍ଥ୍ୟ ସେବା ଠିକଠାକ୍ ଚାଲିଥିବା ମଧ୍ୟ ଜନସାଧାରଣ ଓ ବୁଦ୍ଧି ଜିବିଙ୍କ ନଜର କୁ ଆସିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ହସ୍ପିଟାଲରେ ତଦାରଖ ଠିକ ସମୟରେ ହୋଇ ପାରୁନାହିଁ ।କିଛି ତ୍ରୁଟି ଥିବା ଯନ୍ତ୍ରପାତି ସଜାଡ଼ ହୋଇପାରୁନାହିଁ ।ଆଜି ଦେଖିବାକୁ ମିଳିଛି ରୋଗୀ ଚିକିତ୍ସା ହେଉଥିବା ପରିସରରେ ୫ ଗୋଟି ଶଯ୍ୟା ପଡିରହିଛି ରୋଗିବି ସେହି ଶଯ୍ୟାରେ ଚିକିତ୍ସିତ ହେଉଛନ୍ତି ।ସିଲିଙ୍ଗ ପଙ୍ଖା ୪ଟି ଓ ୱାଲ ପଙ୍ଖା ଗୋଟିଏ ଲାଗିରହିଥିବା ବେଳେ ଗୋଇଟିଏ ପଙ୍ଖା ଆଜକୁ ୩ଦିନ ହେଲା ଅଚଳ ଅବସ୍ଥାରେ ପଡିରହିଛି ।କିଛି ଗଣପ୍ରତିନିଧି ଚିକିତ୍ସାଳୟର ଫାର୍ମାସିଷ୍ଟ କାର୍ତ୍ତିକ ସାହୁଙ୍କୁ ପଚାରି ବୁଝିବାରୁ ସେ କହିଥିଲେ ଇଲେକ୍ଟ୍ରିସିଏନ କୁହାଯାଇଛି ଆମେ କହିଲେ ଆସୁନାହାନ୍ତି ଫୋଟ ଉଠାଇ ଛାଡିଲେ ତୁରନ୍ତ ହୋଇପାରିବ ।କଥା ଥିଲା ରବିବାର ଗୋଟିଏ ଅଗ୍ନିକାଣ୍ଡ ଘଟଣାର ଶିକାର ହୋଇ ଆସିଥିବା ରୋଗୀ ପଙ୍ଖା ଅଚଳ ଅବସ୍ଥା ହେତୁ ଛଟପଟ ହୋଇଥିବା ଦେଖିବାକୁ ମିଳିଥିଲା । ଦିନରେ ତ ଚଳି ଯାଉଛି ରାତିରେ ମଶା ଦାଉ ସାଜୁଥିବା କିଛି ରୋଗୀ କହିଛନ୍ତି ।ଏହାର ତୁରନ୍ତ ନୂତନ ପଙ୍ଖା କିମ୍ବା ସଜାଡିବା ବ୍ୟବସ୍ଥା କରାଯିବା ପାଇଁ ଜନସାଧାରଣ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here