ଭାରତୀୟ ଜନତା ପାର୍ଟି ର ଗଜପତି, ଗଞ୍ଜାମ, କନ୍ଧମାଳ, ଘୁମୁସର ଜିଲ୍ଲାର ସାଂଗଠନିକ କର୍ମଶାଳା ଅନୁଷ୍ଠିତ

0
183

ବ୍ରହ୍ମପୁର,୩।୧୦ – ଭାରତୀୟ ଜନତା ପାର୍ଟି ପକ୍ଷରୁ ରବିବାର ଦିନ ଷ୍ଟେସନ ରୋଡ ସ୍ଥିତ ସର୍କିଟ୍ ହାଉସ ଠାରେ କ୍ଷେତ୍ରୀୟ ସାଂଗଠନିକ ନିର୍ବାଚନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଗଂଜାମ, ଗଜପତି, କନ୍ଧମାଳ ଓ ଘୁମୁଷୁର ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦେଇଥିଲେ । ରାଜ୍ୟ ସାଧାରଣ ସଂପାଦକ ମାନସ ମହାନ୍ତି ଯୋଗଦେଇ କର୍ମଶାଳାର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ବୁଥ ସଭାପତି ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଆସନ୍ତା ମାସ ଶେଷ ସୁଦ୍ଧା ମଣ୍ଡଳ ସଭାପତି ଏବଂ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷ ହେବ ବୋଲି ମହାନ୍ତି ସୂଚନା ପ୍ରଦାନ କରିକରିଛନ୍ତି । ଦଳକୁ ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ ଜନହିତକର କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଁଞ୍ଚାଇବା ସହ ଯୋଜନାର ସୁଫଳ ବିଷୟରେ ଲୋକଙ୍କୁ ଅବଗତ କରେଇବା ଦିଗରେ ଗୁରୁତ୍ବ ଦେବାକୁ କହିଥିଲେ । ମହିଳା ମାନଙ୍କ ଉପରେ ବଢୁଥିବା ଅତ୍ୟାଚାର ବିରୁଧରେ ରାଜ୍ୟର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୫ ତାରିଖରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ବ୍ରହ୍ମପୁର ଡ୍ରେନେଜ ଡିଭିଜନରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ କେନ୍ଦ୍ରକରି ଆସନ୍ତା ୪ ତାରିଖରେ ଭିଜିଲାନ୍ସ କାର୍ଯ୍ୟାଳୟ ଘେରାଉ କରାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା । ଗାନ୍ଧୀଜୀଙ୍କର ବାର୍ତ୍ତା ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ସ୍ବଚ୍ଛତା, ସ୍ବରାଜ, ନିଶା ନିବାରଣ ଓ  ସରଳ ଜୀବନ ଯାପନ ପାଇଁ ବିଜେପି ପକ୍ଷରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଗାନ୍ଧୀ ସଂଙ୍କଳ୍ପ ପଦଯାତ୍ରା କରି ଲୋକଙ୍କୁ ସଚେତନ କରାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି କର୍ମଶାଳାରେ ରାଜ୍ୟ ସାଧାରଣ ସଂପାଦକ ଭୁଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଗଜପତି ଜିଲ୍ଲା ସଭାପତି ଜି.ରାବଣା ରାଓ, କନ୍ଧମାଳ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ,ସମେତ ବହୁ କର୍ମୀ ବୈଠକରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here