ବୃକ୍ଷ ପୁନଃ ରୋପଣ ପାଇଁ ବ୍ରହ୍ମପୁର ସବୁଜ ବାହିନୀର ଦାବିପତ୍ର ପ୍ରଦାନ:-

0
279

ବ୍ରହ୍ମପୁର,୦୫/୧୧–ଆଜି ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ବୃକ୍ଷର ସୁରକ୍ଷା ଓ ପୁନଃ ରୋପଣ ନିମନ୍ତେ ଏକ ଦାବି ପତ୍ର ସ୍ଥାନୀୟ ବ୍ରହ୍ମପୁର ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-୧ ଓ ୨ ତପନ କୁମାର ପାଣିଗ୍ରାହୀ ଙ୍କୁ ପ୍ରଦାନ କରାଯାଇଛି । ବ୍ରହ୍ମପୁର ସହରରେ ବହୁ ପୁରାତନ ବୃକ୍ଷ ବିଭିନ୍ନ ରାସ୍ତା କଡରେ ରହିଛି , ସହରକୁ ସବୁଜ ସୁନ୍ଦର,ଅମ୍ଳଜାନ ଓ ପଥଚାରୀଙ୍କୁ ଛାୟା ପ୍ରଦାନ କରୁଛି । ରାସ୍ତା ଉନ୍ନତି କରଣ ନିମନ୍ତେ ବିଭିନ୍ନ ବୃକ୍ଷ ଗୁଡିକୁ ବର୍ଷ ସାରା କଟାଯାଉଛି ଯାହା ଫଳରେ ପରିବେଶ ପ୍ରତି ନକାରାତ୍ମକ ପ୍ରଭାବ ପଡୁଛି ।ବିଗତ ଦିନରେ ସବୁଜ ବାହିନୀ ତରଫରୁ ଏକ ଦାବିପତ୍ର ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ଓ ବୃକ୍ଷ ଗୁଡିକୁ ପୁନଃ ରୋପଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ଏବଂ କିଛି ବୃକ୍ଷ ପ୍ରତିରୋପଣ କରାଯାଇଥିଲା କିନ୍ତୁ ଆମ୍ବ ମାର୍କେଟ ମୁଖ୍ୟ ରାସ୍ତା ରେ ଉନ୍ନତି କରଣ ନିମନ୍ତେ ଅନେକ ବଡ ବଡ ବୃକ୍ଷ କଟାଯାଉଛି ଯାହାକି ପରିବେଶପ୍ରେମୀ ଙ୍କୁ ମର୍ମାହତ କରିଛି । ଏହି ସବୁ କାଟିବାକୁ ଚିହ୍ନଟ ହୋଇଥିବା ବୃକ୍ଷକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ.ଦିଲ୍ଲୀପ କୁମାର,କୋଷାଧ୍ୟକ୍ଷ ଦିପକ ପାତ୍ର,ପି.ଅରବିନ୍ଦ,ଏ.ପ୍ରକାଶ, କେ.ସୁଶିଲ କୁମାର, ଜି.ସୁନିଲ କୁମାର, ଭେଙ୍କଟ ରାମାଣା, ସୋନୁ ମନ୍ନା,ଜି.ସୁନିଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here