ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଙ୍କ ର ୩ୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

0
218

ବ୍ରହ୍ମପୁର,୦୭/୧୧– ପୂର୍ବତନ ବିଧାୟକ, ଯୁବନେତା, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ୩ୟ ଶ୍ରାଦ୍ଧ ବାର୍ଷିକୀ ଆଜି ଲୁଲୁ ମହାପାତ୍ର ସ୍ମୃତି କମିଟି ପକ୍ଷରୁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅୟୋଜକ ଶ୍ରୀଯୁକ୍ତ ଅମୀୟକାନ୍ତ ଦାସ, ବିଶ୍ବଜିତ ସାମନ୍ତରାୟ (ଲାଲୁ) ସମେତ ରାମ ପ୍ରସାଦ ସାହୁ, ରଞ୍ଜିତ ସାମନ୍ତରାୟ ପ୍ରମୂଖ ନେତୃତ୍ବ ରେ ଏକ କ୍ୟାଣ୍ଡେଲ ରାଲି ସହ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲାରେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here