ନୋଡାଲ୍ ସଚିବ ଙ୍କ ଦୁଇ ଦିନିଆ ଗଜପତି ଗ୍ରସ୍ତ

0
157

ପାରଳାଖେମୁଣ୍ଡି , ୦୭/୧୧– ବରିଷ୍ଠ ଆଇଏସଏସ ଅଧିକାରୀ ତଥା ଗଜପତି ଜିଲ୍ଲା ଦାୟିତ୍ଵରେ ଥିବା ସଚିବ ସଞ୍ଜୟ କୁମାର ସିଂହ ଦୁଇ ଦିନିଆ ଗ୍ରସ୍ତରେ ଆସି ଗତ କାଲି ଗୁମ୍ମା ବ୍ଲକ୍ ଗ୍ରସ୍ତରେ ଯାଇଥିଲେ। ଗୁମ୍ମା ବ୍ଲକ୍ ମୁନିସିଂ ଗ୍ରହଣ ଥିବା ରବର ଗଛ ଚାଷ ଦେଖିବା ସହ ଚାଷୀଙ୍କ ଲାଭକ୍ଷତି ଓ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଗତ ଲଘୁଚାପ ଜନିତ ବର୍ଷାରେ ଭୂସ୍କଳନ ହୋଇ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବଡ-କଳାକୋଟ ପଞ୍ଚାୟତର କଲୁଙ୍ଗା ଗ୍ରାମ ପରିଦର୍ଶନ କରି ଜିଲ୍ଲ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସାହାୟତା ସମ୍ପର୍କରେ ପୀଡିତ ଙ୍କ ସହ ଆଲୋଚନା କରିଥିଲେ। ପରେ ଗୁମ୍ମା ବ୍ଲକ୍ କାର୍ଯ୍ୟଳୟରେ ଅଧିକାରୀ ଓ ନିବାଚିତ ଜନ-ପ୍ରତିନିଧିଙ୍କ ସହ ଏକ ସମୀକ୍ଷା ବୈଠକ ସଚିବ କରିଥିଲେ। ପରେ ଗୁମ୍ମା ବ୍ଲକ୍ ସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଠାରୁ ବିଦ୍ୟାଳୟର ଭଲମନ୍ଦ ପଚାରି ବୁଝିଥିଲେ। ସେଠାରୁ ଫେରିବା ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଚିବ ଏକ ସମୀକ୍ଷା ବୈଠକ କରିଥିଲେ। ଆଜି ସଚିବ ଗୋଷାଣୀ ବ୍ଲକ୍ ଗ୍ରସ୍ତ କରିଥିଲେ। ସେଠାରୁ ଫେରିବା ପରେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀ ମାନଙ୍କୁ ଭଲମନ୍ଦ ପଚାରି ବୁଝିଥିଲେ। ସେଠାରୁ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିଦର୍ଶନ କରିଥିଲେ। ପୁଣି ମଧ୍ୟହ୍ନରେ ସଚିବ ଆହାର କେନ୍ଦ୍ରକୁ ପରିଦର୍ଶନ କରି ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ଗ୍ରସ୍ତ ସମୟରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ସମେତ ସମସ୍ତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here