ଆଙ୍କୋରଡାରେ ମା ମହୁରୀ କାଳୁଆଙ୍କ ଉଦଯାପିତ ।।

0
165

ହିଞିଳିକାଟୁ:-୧୧/୧୧– ପୋୖର ପରିଷଦ ସ୍ଥିତ ଆଙ୍କୋରଡା ଗାଁରେ ଆଠ ଦିନ ଧରି ମା ମହୁରୀ କାଳୁଆଙ୍କ ପୂଜାର୍ଚ୍ଚନା ଉତ୍ସବ ରବିବାର ଉଦଯାପିତ ହୋଇଛି ।ଗତ ରବିବାର ଠାରୁ ଆଙ୍କୋରଡା ଗ୍ରାମରେ ମାଁ ଙ୍କ ପାଇଁ ଏକ ଅସ୍ଥାୟୀ ପୂଜା ମଣ୍ଡପ କରି ସେଠାରେ ମା ମହୁରୀ କାଳୁଆଙ୍କ ପ୍ରତିଦିନ ରୀତିନୀତି ଅନୁସାରେ ପୂଜାବିଧି କାରାଯାଉଥିଲା ।ତାହା ସାଙ୍ଗକୁ ପ୍ରତେକ ସାହିରେ ରଙ୍ଗ ବେରଙ୍ଗ ସାଙ୍ଗକୁ ଆମ୍ବପତ୍ର ତୋରଣ,ବାନ ସହ ସନ୍ଧ୍ୟାରେ ଆଲୋକମାଳରେ ସୁସଜ୍ଜିତ ଦେଖିବାକୁ ମିଳିଥିଲା ।ଶୁକ୍ରବାର ଗ୍ରାମରେ ନାମଯଜ୍ଞ ,ପୂର୍ଣ୍ଣାହୁତି ଓ ଅନ୍ନଯଜ୍ଞ କରାଯାଇଥିଲା ।ଶନିବାର ମନୋରଞ୍ଜନ ଯାତ୍ରାଉତ୍ସବରେ ବିଭିନ୍ନ ସାହି ମଧ୍ୟରେ ରାମାୟଣ ,ଭାରତଲୀଳା,ରାଜାନାଟକ ସହିତ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା। ଯାତ୍ରା ଉପଲକ୍ଷେ ଆଖପାଖ ଅଞ୍ଚଳରୁ ବହୁ ଦର୍ଶକ ଆସିଥିବାରୁ ଗ୍ରାମରେ ଜନସମାଗମ ହୋଇଥବା ଦେଖାଯାଇଛି ।ଏହି ଉତ୍ସବରେ ଭିଡ଼ ଜମି ରହିଥିବା ନେଇ ସକାଳୁ ସକାଳୁ ଖେଳନା ପସରା, ଢେଲା ଗାଡିରେ ବିଭିନ୍ନ ଜଳଖିଆ ଟିଫିନ୍ ଓ ଚାର୍ଟ ଓ ଆଇସକ୍ରିମ ସ୍ଥାନେ ସ୍ଥାନେ ରହିଥିବା ଦେଖିବାକୁ ମିଳିଥିଲା ।ରବିବାର ସକାଳ ଏହି ଯାତ୍ରା ଉତ୍ସବ ସମାପନ ହୋଇଥିଲା।ପରେ ମାଁ ଙ୍କ ଘଟ ଗ୍ରାମରେ ପରିକ୍ରମା କରାଯାଇ ମାଙ୍କୁ ପ୍ରତ୍ୟାବର୍ତ୍ତନ ଦିଆଯିବ ବୋଲି ଗ୍ରାମ କମିଟି କହିଥିବା ଜଣା ଯାଇଛି ।ଏହି ଉତ୍ସବରେ ପରିଚାଳନା କମିଟି ସଭାପତି ସୁଭାଷ ଚନ୍ଦ୍ର ପୋଲାଇ,ସୁନୀଲ ନାହାକ, ପ୍ୟାରୀମୋହନ ପାଢ଼ୀ,ନୀଳମଣି ପଟ୍ଟନାୟକ, ଯୋଗୀନ୍ଦ୍ର ଖାଡଙ୍ଗା, କୃଷ୍ଣ ସାହୁ,ଯୁଧିଷ୍ଠିର ସ୍ୱାମୀ ପ୍ରମୁଖଙ୍କ ସମେତ ଗ୍ରାମର ବହୁ ଭକ୍ତ ଏହି ଉଦଯାପିତ ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here