ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ ପାଇଁ ଭାରତୀୟ ବିକାଶ ପରିଷଦ ର ଦାବୀ

0
180

ବ୍ରହ୍ମପୁର, ୧୦/୧୧- ଓଡିଶା ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାଜନେତା, ବିଭିନ୍ନ ବିଭାଗ କର୍ମଚାରୀ ମାନଙ୍କ ଦ୍ବାରା ମାଡ ଓ ଅପମାନ ର ଆଦି ସୁରକ୍ଷା ପାଇଁ ସୁରକ୍ଷା ଆଇନ, ଅବସରପ୍ରାପ୍ତ ସାମ୍ବାଦିକ ଙ୍କୁ ମାସିକ ପେନସନ, ମଜୁରୀ ବୋର୍ଡ କାର୍ଯ୍ୟକାରୀ କରି ମାସିକ ଦରମା, ଭତ୍ତା ଓ ଅନ୍ଯାନ୍ଯ ସୁବିଧା ଯୋଗାଇଦେବା ସମେତ ସାମ୍ବାଦିକ ସୁରକ୍ଷା ସଂପର୍କୀତ ୧୧ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ଭାରତୀୟ ବିକାଶ ପରିଷଦ ପକ୍ଷ ରୁ ମାନ୍ଯବର ରାଜ୍ଯପାଳ, ମୂଖ୍ଯମନ୍ତୀ, ସୁଚନା ଓ ପ୍ରସାରଣ ମନ୍ତୀ, ମୂଖ୍ଯ ଶାସନ ସଚିବ, ରାଜସ୍ବ କମିଶନର ଓ ଜିଲ୍ଲାପାଳ ଙ୍କୁ ଦିଆଯାଇଥିବା ଜଣାପଡିଛି। ଆଜି ଏ ସଂପର୍କ ରେ ଭାରତୀୟ ବିକାଶ ପରିଷଦ ର ରାଜ୍ଯ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେବା ସହ ରାଜ୍ଯ ରେ ଯେପରି କାର୍ଯ୍ୟରତ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ଏକ ସୁରକ୍ଷା ଆଇନାବଳୀ ରାଜ୍ଯ ସରକାର ଓ କେନ୍ଦ୍ର ସରକାର ପ୍ରଣୟନ କଲେ ସେପରି କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଓଡିଶା ସାମ୍ବାଦିକ ସୁରକ୍ଷା ଆଇନାବଳୀ ପ୍ରଣୟନ କରିବାକୁ ଦାବୀ କରିଛନ୍ତି। ଆଜି ର ଏହି ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ବିକାଶ ପରିଷଦ ର କିଶୋର ଚନ୍ଦ୍ର ପାତ୍ର, ସରିତା ପଣ୍ଡା, ରାଜେନ୍ଦ୍ର ପଣ୍ଡା,ଗୁରୁ ଚରଣ ପାତ୍ର,ରାଜେନ୍ଦ୍ର ଦଳବେହେରା ଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here