ବଡ ମେଡିକାଲ କୁ ଜିଲ୍ଲପାଳଙ୍କ ଅଚାନକ ଗସ୍ତ

0
158

ବ୍ରହ୍ମପୁର,୧୦/୧୧-ଆଜି ପୂର୍ବାହ୍ନରେ ଅଚାନକ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ପହଞ୍ଚିଲେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ବିଭିନ୍ନ ଓ୍ବାର୍ଡ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲେ । ଡାକ୍ତରମାନେ ଔଷଧର କମ୍ପୋଜିସନ୍‌ ବଦଳରେ କମ୍ପାନୀ ନାମ ଲେଖୁଥିବା ନେଇ ଜିଲାପାଳ ବିରକ୍ତି ପ୍ରକାଶ କରିଥିଲେ। ସଂପୃକ୍ତ ଡାକ୍ତର ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରୋଗୀଙ୍କୁ ମେଡିକାଲ୍‌ରେ ମିଳୁଥିବା ଚିକିତ୍ସା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ପିଏମ୍‌ଆର୍‌ ବିଭାଗ ହୋଇ ସୁପର ସ୍ପେଶାଲିଟି ୱାର୍ଡରେ ପହଞ୍ଚିଥିଲେ। ସେଠାରେ ବେଡ୍‌ ତୁଳନାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିଲା। ରୋଗୀମାନେ ଚଟାଣରେ ଶୋଇଥିବା ଦେଖି ଅଧିକ ସଂଖ୍ୟକ ବେଡ୍‌ ଯୋଗାଇ ଦେବାକୁ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ।

LEAVE A REPLY

Please enter your comment!
Please enter your name here