ଶିଶୁ ମନ୍ଦିର ରେ ବାର୍ଷିକ ଖେଳକୁଦ ସମାରୋହ

0
188

ପାରଳାଖେମୁଣ୍ଡି -୧୦/୧୧- ନଭେମ୍ବର .ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ର ୩୦ତମ ବାର୍ଷିକ ଖେଳକୁଦ ୦୮ ଓ ୦୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତିର ଉପାଧ୍ୟକ୍ଷ ଡକ୍ଟର ଶଙ୍କର ପ୍ରସାଦ ବକ୍ସି ଙ୍କ ଅଧ୍ୟକ୍ଷତା ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀଙ୍କ ଦ୍ୱାରା ଖେଳକୁଦ ଉଦଘାଟିତ ହୋଇଥିଲା ।ଏହା ପରେ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ସମସ୍ତ ଖେଳକୁଦ ଅନୁଷ୍ଠିତ ହୋଇଥିଲା.ଏଥିରେ ୧ମ ରୁ ୧୦ମ ପର୍ଯ୍ୟନ୍ତ ପ୍ରାୟ ୬୦୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ.ବିଦ୍ୟାଳୟର କ୍ରୀଡ଼ା ପ୍ରମୁଖ ଶ୍ରୀ ମୁରଲୀମୋହନ ପ୍ରଧାନଙ୍କ ଓ ପ୍ରଧାନ ଆଚାର୍ଯ୍ୟ ଶ୍ର୍ରୀ ସରୋଜ କୁମାର ପଣ୍ଡା ଓ ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ପରିଚାଳନା ରେ ଦ୍ୱିଦିବସୀୟ ଖେଳକୁଦ ଅନୁଷ୍ଠିତ ହୋଇ ୦୯ ତାରିଖ ସଂଧ୍ୟାରେ ସମାପିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here