ବୌଦ୍ଧିକ ବିକାଶ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
183

ହିଞିଳିକାଟୁ ,୧୦/୧୧– -ହିଞିଳିକାଟୁ ଭଗବତ କଥା ବିତରଣ ପରିଷଦ ପକ୍ଷରୁ ସ୍ଥାନୀୟ ପୋୖର ପରିଷଦର ଓ ହିଞିଳିକାଟୁ ବ୍ଳକର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ମାନଙ୍କର ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୌଦ୍ଧିକ ବିକାଶ ପ୍ରତିଯୋତା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋତା ରେ ପ୍ରାୟ ୨ଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଚିତ୍ରାଙ୍କନ,ଗଳ୍ପ, ଗୀତାଶ୍ଲୋକ, ପ୍ରବନ୍ଧ, ବକୃତା ଓ ସାଧାରଣ ଜ୍ଞାନର ପ୍ରତିଯୋତା ମାଧ୍ୟମରେ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର ଓ ଆଇଆଇସି ଅଭିମନ୍ୟୁ ଦାସ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବୌଦ୍ଧିକ ବିକାଶ ସମିତିର ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, ଶିକ୍ଷାବିତ ପ୍ରଶାନ୍ତ କୁମାର ପଟ୍ଟନାୟକ, ଖାମ୍ବେୟା ଦୋରା କଲେଜ ର ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଭଗବତ କଥା ବିତରଣ ପରିଷଦର ସଭାପତି ଦେବାନନ୍ଦ ମହାପାତ୍ର,ଉପାଧ୍ୟାକ୍ଷ ଲଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ପ୍ରିୟ ଦର୍ଶୀ ପଟ୍ଟନାୟକ, ସମୀକ୍ଷକ ପ୍ରଫେସର ରମେଶ ଚନ୍ଦ୍ର ଚୌଧୁରୀ, ଶିକ୍ଷାବିତ ହରିହର ଚୌଧୁରୀ, ଡ଼ଃ ଗଦାଧର ବେହେରା, ନାରାୟଣ ପାଢ଼ୀ,ବଂଶୀଧର ସାହୁ,ତପନ କୁମାର ପଣ୍ଡା,ରୂପାଲି ପଣ୍ଡା, ଗୀତାଞ୍ଜଳି,ପ୍ରଦୀପ ଵିଷୋୟୀ, ଅଶୋକ ପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here