ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହେନ୍ଦ୍ରତନୟା ନଦୀରେ ବୋଇତ-ବନ୍ଦାଣ

0
201

ପାରଳାଖେମୁଣ୍ଡି, ୧୩/୧୧- ସଂସ୍କୃତି ସମୃଦ୍ଧି ଓଡିଶା ଜାତିର ପାରମ୍ପରିକ ଗଣ ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ତଥା ଡଙ୍ଗା ଭସାଣି କାର୍ଯ୍ୟକ୍ରମ ସମଗ୍ର ଗଜପତି ଜିଲ୍ଲାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠ ତଥା ଓଡ଼ିଶା- ଆନ୍ଧ୍ର ସୀମାନ୍ତରେ ପ୍ରବାହିତ ହେଉଥିବା ମହେନ୍ଦ୍ର ତନୟା ନଦୀରେ ଉଭୟ ରାଜ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୋଇତ ବନ୍ଦାଣ ତଥା ଡଙ୍ଗା ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମଧ୍ୟରାତ୍ର ରୁ ପ୍ରାୟ ଛଅ ଟା ପର୍ଯ୍ୟନ୍ତ ଉଭୟ ରାଜ୍ୟ ସୀମାନ୍ତବର୍ତ୍ତୀ ପାରଳାଖେମୁଣ୍ଡି ଓ ପୁରୁଣାପାଟନମ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳ ଶଦ୍ଧାଳୁ ମହେନ୍ଦ୍ର ତନୟାକୁ ଆସି ନଦୀରେ ବୁଡ ପକାଇ ପୁଣି ନଦୀ ତଟରେ ଥିବା ବିଭିନ୍ନ ତୁଳସୀ ଚଉରା ଓ ନଦୀ ବାଲି ସ୍ଥାପନ କରି ଦୀପ ଜଳେଇ ହୁଳହୁଳି ଦେଇ ପାରମ୍ପରିକ ପୂଜା ଅର୍ଚ୍ଚନା କରି ପରେ ଡଙ୍ଗା ଭସାଣି କରିଥିଲେ।
ଡଙ୍ଗା ଭସାଣି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ପରେ ଫେରିବା ବାଟରେ ବିଭିନ୍ନ ମନ୍ଦିର ଓ ମଠ ଗୁଡିକରେ ଠାକୁର ଦର୍ଶନ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଠାକୁରଙ୍କ ଆଳତୀ ଦର୍ଶନ ବେଳେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିଭଳି ଭଗବାନଙ୍କ କାତ୍ତିକ ପୂଜା ମଣ୍ଡପରେ ମଧ୍ୟ ଠାକୁର ଓ ଆଳତୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଥିଲା।
ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରହିଥିବା ଶ୍ରୀ ରାଧାକୃଷ୍ଣ ମଠ ମନ୍ଦିର ଗୁଡିକରେ ନାମ ସଂକୀର୍ତ୍ତନ ତଥା ଅଷ୍ଟ ପ୍ରହର କାର୍ଯ୍ୟକ୍ରମ ମଧ୍ୟ ଲାଗିରହିଥିଲା।
ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ପବିତ୍ର ମହେଦ୍ରତନୟା ନଦୀ ସମେତ ସହରର ବିଭିନ୍ନ ପୋଖରୀ ଓ ସାଗରରେ ବୋଇତ ବନ୍ଦାଣ ତଥା ଡଙ୍ଗା ଭସାଣି ବେଳେ ଅସଂଖ୍ୟ ଭକ୍ତଙ୍କ ଭିଡ଼ ଲାଗିରହିବା ପ୍ରତି ଦୃଷ୍ଟି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ନିଦ୍ଧେଶକ୍ରମେ ଏବଂ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ୟାପକ ଭାବେ ବିଭିନ୍ନ ସ୍ଥାନରେ ପୋଲିସ ପ୍ରହରା ର କଡାକଡି ବ୍ୟବସ୍ଥା କରା ଯାଇଥିଲା। ଏଥି ସହିତ ମହେଦ୍ରତନୟା ନଦୀରେ ମଧ୍ୟ ଆଗ୍ନଶମ ବିଭାଗ ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ହୋଇ ରହିଥିଲେ। କୈାଣସି ଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ଜଣାପଡି ନାହିଁ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here