ଗୁଣିଆ ସନ୍ଦେହରେ ପୁଣି ଗଢିଲା ମୁଣ୍ଡ ,କଟା ମୁଣ୍ଡ କୁ ନେଇ ଫେରାର ହେଲେ ହତ୍ୟା କାରି

0
187

ପାରଳାଖେମୁଣ୍ଡି, ୧୩/୧୧ ଗଜପତି ଜିଲ୍ଲା ମୋହନା ଥାନା ମେରାମଲ୍ଲି ପଞ୍ଚାୟତ ର ମେରାମା ସୈରାସାହି ରେ ଅଭାବନୀୟ ଘଟଣା । ଗୁଣିଆ ସନ୍ଧେୟରେ ଜଣେ ବୃଦ୍ଧ କୁ ଅତି ନିର୍ମମ ଭାବେ ହତ୍ଯା କରି ମୁଣ୍ଡକୁ କାଟି ନେଇଯାଇଛନ୍ତି ହତ୍ୟା କାରି ।
ମୃତକ ହେଲେ ଭାଲିଆସାହି ଗ୍ରାମର ଦାସ ମଳିକ । ଘଟଣା ଟି ଘଟିଛି ଗତ କଲି ସଂନ୍ଧ୍ୟା ରେ । ଗତକାଲି ବିଳମ୍ବିତ ରାତି ରେ ମେରାମା ଗ୍ରାମ ନିକଟସ୍ଥ ସୈରାସାହି କୁଲଡିରାଇପଦର ଠାରେ ମୃତ ଦାସ ମଲ୍ଲିକ ର ମୁଣ୍ଡ ବିହିନ ଶବ ମୁର୍ମୁଷ ଭାବରେ ପଡିଥିବା ପରିବାର ଲୋକେ ସୁଚନା ପାଇଥିଲେ । ଗୁଣିଆ ସଂନ୍ଧେହରେ ତାଙ୍କ ବାପା ଦାସ ମଳିକ କୁ ବେଣିପଦର ଗ୍ରାମର ସାନୁଜ ମଳିକ ଓ ସୁରଜ ମଳିକ ହତ୍ୟା କରିଥିବା ମୋହନା ଥାନା ରେ ଅଭିଯୋଗ କରିଛନ୍ତି ମୃତକ ର ମଝିଆପୁଅ । ଅଭିଯୋଗ କୁ ଭିତ୍ତି କରି ମୋହନା ପୋଲିସ ପକ୍ଷରୁ ଏକ ହତ୍ଯା ମାମଲା ରୂଜୁ କରି ଘଟଣା ସ୍ଥଳରେ ତଦନ୍ତ ଜାରି ରହିଛି ।
ମିଳିଥିବା ସୁଚନା ଅନୁସାରେ
ଗତ କିଛି ବର୍ଷ ହେଲା ଦାସ ମଳିକ ଚେରମୁଳିକା ବୈଦ୍ୟ ବୃତ୍ତି କରୁଥିବା ବେଳେ ବେଣିପଦର ଗ୍ରାମର କିଛି ଯୁବକ ଗୁଣି କରିଥିବା ସଂନ୍ଦେହରେ ତାଙ୍କୁ ଜୀବନରେ ମାରିଦେବା କୁ ଧମାଇଥିଲେ । ଏହାକୁ ନେଇ ମୃତକ ଦାସ ଗତ ବର୍ଷ ମୋହନା ଥାନା ରେ ୨୩/୦୩/୧୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଏବଂ ତତ୍କାଳୀନ ଥାନା ବାବୁ ଉଭୟ ପକ୍ଷକୁ ଡାକି ରାଜିନାମା କରି ଛାଡିଦେଇଥିଲେ । କିନ୍ତୁ ପରବର୍ତୀ ସମୟରେ ପ୍ରତିହିନ୍ସା ପରାୟଣ ହୋଇ ରହିଥିବା ବେଣିପଦର ଗ୍ରାମର ସାନୂଜ ମଲ୍ଲିକ ଓ ସୁରଜ ମଲ୍ଲିକ ଗତକାଲି ଏକାକି ସୁଯୋଗ ନେଇ ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟାକାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ଦୁଇ ପୁଅ ।ଏହା ପୁର୍ବରୁ ଗତ କାଲି ଅଭିଯୁକ୍ତ ମାନେ ଦାସ କୁ ଖୋଜାଖୋଜି କରିବା ସହ ବଡ ପୁଅ କୁ ପଚାରୁଥିଲେ ପରେ ମକା ବାଡ ରେ ଦାସ କାମ କରୁଥିବା ଜାଣିଥିଲେ ଏବଂ ଘଟଣା ସ୍ଥଳରେ ପହଞ୍ଚି ହତ୍ଯା କରିଥିଲେ।

ରିପୋର୍ଟ :ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here