ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ୧୫ ତମ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ପଶ୍ଚିମ ବଙ୍ଗର ଦମ୍ପତି

0
215

ପାରଳାଖେମୁଣ୍ଡି , ୧୩/୧୧– ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ କେନ୍ଦ୍ରରୁ ଏକ ଶିଶୁ କନ୍ୟାକୁ ପୋଷ୍ୟ କନ୍ୟା ଭାବେ ପାଇବା ପାଇଁ ପଶ୍ଚିମ ବଙ୍ଗର ଏକ ଦମ୍ପତି ପୂର୍ବରୁ ଅନଲାଇନ ଜରିଆରେ ପୋଷ୍ୟ ସମ୍ବଳି ସଂସ୍କାକୁ ଦରଖାସ୍ତ କରିଥିଲେ। ତାଙ୍କ ଦରଖାସ୍ତ ଓ ସମସ୍ତ ପ୍ରମାଣପତ୍ର କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳି ସଂସ୍କା ଅନୁମୋଦନ କରିବା ପରେ ପଶ୍ଚିମ ବଙ୍ଗରୁ ଉକ୍ତ ଦମ୍ପତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆସି ଶିଶୁ କନ୍ୟାକୁ ଦେଖି ପସନ୍ଦ କରି ଗଲାପରେ ତାଙ୍କ ଦରଖାସ୍ତକୁ ଜିଲ୍ଲା ପୋଷ୍ୟ ସନ୍ତାନ ଯାଞ୍ଚ କମିଟି ଦ୍ବାରା ଯାଞ୍ଚ କରାଇଥିଲେ। ପରେ ଉକ୍ତ ଦମ୍ପତିଙ୍କୁ ଶିଶୁ କନ୍ୟା ପୋଷ୍ୟ ସନ୍ତାନ କରିବା ପାଇଁ ଅନୁମୋଦନ କରିଥିଲେ। ଗତ ୧୧ ତାରିଖ ଦିନ ଉକ୍ତ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଶିଶୁ କନ୍ୟାକୁ ଗ୍ରହଣ କରିବା ନିମନ୍ତେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପହଞ୍ଚିଥିଲେ। ଦମ୍ପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଅନୁପମ ଶାହା ଉକ୍ତ ଦମ୍ପତି ଙ୍କୁ ଶିଶୁ କନ୍ୟାକୁ ହସ୍ତାନ୍ତର କରିଥିଲେ। ଶିଶୁ କନ୍ୟା ହସ୍ତାନ୍ତର ସମୟରେ ଶିଶୁ କଲ୍ୟାଣ ସମିତିର ସଭ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here