ମୋ ସ୍କୁଲ ମୋବାଇଲ ଆପ୍ ଉନ୍ମୋଚିତ

0
158

ଛତ୍ରପୁର,୧୪/୧୧–ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ମୋବାଇଲ ଆପ୍ କୁ ଉନ୍ମୋଚନ କରିଛନ୍ତି । ମୋ ସ୍କୁଲର ୨ବର୍ଷ ପୂର୍ତ୍ତି ଅବସରରେ ଏହି ଆପ୍ କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଅଧିକ ସଂଖ୍ୟା ରେ ପୁରାତନ ଛାତ୍ରଛାତ୍ରୀ ,ଅନୁଷ୍ଠାନ, ସଂସ୍ଥା ବିଦ୍ୟାଳୟ ସହ ଯୋଡ଼ି ହୋଇ ଅଧିକରୁ ଅଧିକ ଦାନ କରିପାରିବେ । ଏଥିସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇ ମୋ ସ୍କୁଲ ଯୋଜନାର ସମୀକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ମଧ୍ୟ ମୁଖ୍ୟମନ୍ତୀ ଭିଡିଓ କନଫରେନ୍ସ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ,ବି ଏମ ସି କମିସନର ଚକ୍ରବର୍ତ୍ତୀ ସିଂ ରାଥୋଡ, ଏପିଡି(ରାଜସ୍ବ)ଲକ୍ଷ୍ମୀ କାନ୍ତ ସେଠୀ ,ଜିଲ୍ଲାଶିକ୍ଷା ଅଧିକାରୀ ସନାତନ ପଣ୍ଡା,ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here