ସୋନପୁର ବେଳାଭୂମିରେ ସ୍ୱଚ୍ଛ ନିର୍ମଳ ସଫେଇ ଅଭିଯାନ ।

0
191

ହିଞିଳିକାଟୁ :୧୬/୧୧: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ରାଜ୍ୟର ଜିଲ୍ଲାରେ ଥିବା ସମସ୍ତ ବେଳାଭୂମିକୁ ସ୍ୱଚ୍ଛ ନିର୍ମଳ ରଖିବା ପ୍ରଶାସନ ଜାଗ୍ରତ କରାଯାଇଛି ।ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ସ୍ୱଚ୍ଛ ନିର୍ମଳ ବେଳାଭୂମି ଅଭିଯାନ ସୋନପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାାନ୍ତିଲତା ମୁନିଙ୍କ ନେତୃତ୍ୱରେ ବିଦ୍ୟାଳୟର ଏନ ସି ସି ନେଭାଲ ସ୍କାଉଟ ଗାଇଡ଼ ସହ ଇକୋ ଟିମ ସମେତ ୨୭୫ ଜଣ ଛାତ୍ରଛାତ୍ରୀ ଏକ ସ୍ୱତନ୍ତ୍ର ବସ ଯୋଗେ ସୋନପୁର ବେଳାଭୂମି ଠାରେ ପହଞ୍ଚି ଥିଲେ ।ଏହି ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଡା ସନାତନ ପଣ୍ଡା,ଜିଆଇଓଟି ଅଫ ଇଣ୍ଡିଆର ପ୍ରସିଦ୍ଧ ବୈଜ୍ଞାନିକ ଡା ରାଜେଶ ଶେଖର ପତି, ଗଞ୍ଜାମ ଇକୋ କ୍ଳବ କୋଡ଼ିନେଟର ଶଙ୍କର ପ୍ରସାଦ ବେଜ, ବିଡ଼ିଓ ,ବିଇଓ ଚିକିଟି ବ୍ଳକ,ସୋନପୁର ସରପଞ୍ଚ,ଡି ଏସ ଏସ ପି.ମାଝି ଅତିଥି ଭାବେ ଯୋଗ ଦେଇ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ସହ ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବାକୁ ବାର୍ତ୍ତା ଦେଇଛନ୍ତି ।ଏକା ସମୟରେ ସାରା ସୋନପୁର ବେଳାଭୂମିର ଉପକୂଳରେ ହାତକୁ ହାତ ହୋଇ ଶହେ ଶହେ ମିଟର ସଫେଇ କରିଥିବା ଜାଣାଯାଇଛି ।ଏହି ସଫେଇ ଅଭିଯାନରେ ଇକୋ ସଦସ୍ୟ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।


ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here